୫ ପିଏଲ୍‌ଏଫ୍‌ଆଇ ଗିରଫ: ମାରଣାସ୍ତ୍ର, ନକ୍ସଲ ପୋଷ୍ଟର ଜବତ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୋଏଲକେରା ଥାନା ଅନ୍ତର୍ଗତ ତୋଡାଗସାଇ ବନ ବିଭାଗର ପରିତ୍ୟକ୍ତ କ୍ୱାଟର୍ସରୁ ୫ ପିଏଲ୍‌ଏଫ୍‌ଆଇକୁ ଗିରଫ କରାଯାଇଛି। ଗିରଫ ପିଏଲ୍‌ଏଫ୍‌ଆଇମାନେ ହେଲେ କାନୁରାମ ଓରଫ କାହ୍ନରାମ, ଦଲାଲ ଲୋମଗା, ଗଙ୍ଗାରାମ ଓରଫ ସଙ୍ଗରାମ ସୋଏ, ମୋତିଲାଲ୍‌ କୋଡାହ, ବୁସୁ ଓରଫ ପୁସା ଅଙ୍ଗରିଆ। ଏମାନଙ୍କ ନିକଟରୁ ଅଫୁଟା ଗୁଳି, ୫ଟି ମୋବାଇଲ, ୮ଟି ପିଏଲ୍‌ଏଫ୍‌ଆଇ ପୋଷ୍ଟର, ଛୁରା ସମେତ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି।

ଗତକାଲି ରାତିରେ ୫ ପିଏଲ୍‌ଏଫ୍‌ଆଇ ସଦସ୍ୟ ଏକାଠି ହୋଇ ବଡ ଧରଣର ହିଂସା ଘଟାଇବାକୁ ଯୋଜନା କରୁଥିବା ସ୍ଥାନୀୟ ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା। ସୂଚନା ଆଧାରେ ସହକାରୀ ପୁଲିସ ଅଧୀକ୍ଷକ ନାଥୁ ସିଂଙ୍କ ନେତୃବରେ ଗଠିତ ୯ ଜଣିଆ ପୁଲିସ ଟିମ୍‌ କ୍ୱାଟର୍ସକୁ ଘେରାବନ୍ଦୀ କରି ଚଉ ଆରମ୍ଭ କରିଥିଲେ। ପୁଲିସ ଘେରାବନ୍ଦୀ ଦେଖି କ୍ୱାଟର୍ସରୁ ଖସିଯିବାକୁ ଉଦ୍ୟମ ହେଉଥିବାବେଳେ ପୁଲିସ ସେମାନଙ୍କୁ କାବୁ କରିଥିଲା।

ଗୋଏଲକେରା ଥାନା ଅଞ୍ଚଳରେ ରାସ୍ତା ନିର୍ମାଣ କରୁଥିବା ଠିକାସଂସ୍ଥାର ମାଲିକଙ୍କୁ ୨୫ ଲକ୍ଷ ଟଙ୍କା ଲେବି ଦେବାକୁ କହିଥିଲେ। ଠିକାସଂସ୍ଥାର ମାଲିକ ଅରାଜିରୁ ଗିରଫ ପିଏଲ୍‌ଏଫ୍‌ଆଇମାନେ ଜୀବନରୁ ମାରି ଦେବା ସହ ରାସ୍ତା ନିର୍ମାଣ କାମ ବନ୍ଦ ରଖିବାକୁ ଫୋନ୍ରେ ଧମକ ଦେଇଥିଲେ। ପରେ ଘଟଣାସ୍ଥଳରେ ପହଞ୍ଚି ରାସ୍ତା କାମରେ ନିୟୋଜିତ ଗାଡିରେ ନିଆଁ ଲଗାଇ ଦେଇଥିଲେ। ସୁପରଭାଇଜ୍‌, ମ୍ୟାନେଜର, ଶ୍ରମିକମାନଙ୍କୁ ମାଡ ମାରି କାର୍ଯ୍ୟସ୍ଥଳୀରୁ ତଡି ଦେଇଥିଲେ। ଆଜି ଗୋଏଲକେରା ଥାନା ପରିସର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସହକାରୀ ପୁଲିସ ଅଧୀକ୍ଷକ ଏହି ସୂଚନା ଦେଇଛନ୍ତି। ସେପଟେ ସାମ୍ବାଦିକ ସମ୍ମିଳନୀରେ ହାଜର କରିବା ପୂର୍ବରୁ କରୋନା ପାଇଁ ଗିରଫ ପିଏଲ୍‌ଏଫ୍‌ଆଇମାନେ ବେସନ୍‌ ହାତ ଧୋଇଥିଲେ। ପରେ ହାତରେ ସାନିଟାଇଜର୍‌ ଲଗାଇଥିଲେ।

ସମ୍ବନ୍ଧିତ ଖବର