୧୯୯୯ ମସିହାର ପୁନରାବୃତ୍ତି ! ଦିନ ଥାଉଥାଉ ମାଡି ଆସିଲା କୁହୁଡି, ଲୋକେ ଆତଙ୍କିତ ! ଝରିପୋକ ଓ କଳା ପିମ୍ପୁଡି ସାଲୁବାଲୁ ହେଉଥିବା ଦେଖି ଝଡ଼ର ଆଶଙ୍କା କରୁଛନ୍ତି ଲୋକେ
ଅସ୍ତରଙ୍ଗ: ଅସ୍ତରଙ୍ଗ ସମୁଦ୍ର କୂଳକୁ କୁହୁଡି ମାଡି ଆସୁଛି। ସମୁଦ୍ର କୂଳର ଅତିନିକଟରେ ବସବାସ କରୁଥିବା ଲୋକ ଏହି କୁହୁଡିକୁ ଦେଖି ଭୟଭୀତ ହୋଇପଡ଼ିଛନ୍ତି। ସନ୍ଧ୍ୟା ହେବା ମାତ୍ରେ ଚାରିଆଡେ ଅନ୍ଧକାର ହୋଇଯାଉଛି। ଅସ୍ତରଙ୍ଗ ଉପକୂଳରେ ପ୍ରାୟ ୧୦ ଘଣ୍ଟା କୁହୁଡିର ପ୍ରଭାବ ରହି ଆଜି ସକାଳ ୯ଟାରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଗତ ୧୯୯୯ ମସିହାରେ ଏପରି ଅବସ୍ଥା ସୃଷ୍ଟି ହୋଇଥିଲା। ତେଣୁ ଚଳିତ ବର୍ଷ ଏହାର ପୁନରାବୃତ୍ତି ହୋଇଛି ବୋଲି କେତେକ କହିଛନ୍ତି। କେବଳ ଏତିିକି ନୁହେଁ, ସନ୍ଧ୍ୟା ବେଳେ ଝରି ପୋକ ଓ କଳା ପିମ୍ପୁଡି ଚାରିଆଡେ ସାଲୁବାଲୁ ହୋଇଥିବା ଦେଖିବାକୁ ମିଳିଛି। ଯାହାକି ସାମୁଦ୍ରିକ ଝଡ଼ ବାତ୍ୟା ପୂର୍ବରୁ ଦେଖିବାକୁ ମିଳିଥାଏ ବୋଲି ପୁରୁଖା ଲୋକମାନେ କହିଛନ୍ତି।
ପର୍ଯ୍ୟଟକଙ୍କ ପାଇଁ ଗଙ୍ଗାଦେବୀରୁ ମୁହାଣ ଅଭିମୁଖେ ବୋଟ ଚଳାଉ ଥିବା ପ୍ରଭାତ ବେହେରା କହିଛନ୍ତି, ବୁଧବାର ଦିନ ୧୧ଟାରୁ ୧୨ଟା, ୧.୩୦ରୁ ୩ଟା ଓ ଅପରାହ୍ନରେ ୩.୧୫ରୁ କୁୁହୁଡିର ପ୍ରଭାବ ଦେଖିବାକୁ ମିଳିଥିଲା। ଏଥିସହି ସନ୍ଧ୍ୟା ୫ଟାରୁ କିଛି ଦେଖାଯାଇ ନ ଥିଲା। ଆଜି ସେ ଆରଟିଓ ଅଫିସ ଓ କଟକ ବାର ଆସୋସିଏସନ୍ର କିଛି ସଦସ୍ୟଙ୍କୁ ନେଇ ସମୁଦ୍ର ଭିତରକୁ ଦିନ ୩ଟାରେ ବୁଲିବାକୁ ଯାଇଥିଲେ। ସମୁଦ୍ରରେ କୁହୁଡି ମାଡି ଆସିବାରୁ ଅଧାବାଟରୁ ଫେରି ଆସିଥିଲେ।
ଏ ଅଞ୍ଚଳର ସମାଜସେବୀ ଶୋଭାକର ବେହେରା କହନ୍ତି, ଗତକାଲି ସନ୍ଧ୍ୟା ୭.୩୦ଟାରେ ସେ କାକଟପୁରରୁ ବାହାରି ଘରେ ପହଞ୍ଚିବାକୁ କୁହୁଡିରେ ନାକେଦମ ହୋଇଯାଇଥିଲେ।