ସାତ ମାଓ ଅଭିଯୁକ୍ତଙ୍କ ଆତ୍ନସମର୍ପଣ

ମୋହନା : ମୋହନା ବ୍ଳକ ଅନ୍ତର୍ଗତ ଗରଡମା ପଂଚାୟତର ସାପଲାଗୁଡା ଗ୍ରାମର ପାଇବା ବଡମାଝୀ, ଦର୍ପଣ ପାଟମାଝୀ, ଟର୍ଚ୍ଚ ପାଟମାଝୀ, ଦିଗାମ୍ବର ବଡମାଝୀ, ପାକଲା ବଡମାଝୀ, ଫେରନାଦ ପାଟମାଝୀ ଏବଂ କ୍ରିସାନ୍ତ ବଡମାଝୀ ୨୦୦୨ ମସିହାରୁ ମାଓ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ। ସେମାନେ ଶୁକ୍ରବାର ମୋହନା ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସେହି ପଂଚାୟତର ମୋବିଲି ଗ୍ରାମର ଜଗତ ଊଠାଣସିଂଙ୍କୁ ଉଠାଇ ନେବା ମାମଲାରେ ସଂମ୍ପୃକ୍ତ ଥିବା ଅଭିଯୋଗରେ ଅଡ଼ବା ଥାନାରେ ଜିଆର ସେମାନଙ୍କ ବିରୋଧରେ କେସ ନଂ ୧୩୧/୨୦୦୨ରେ ଜାମିନ ବିହୀନ ଗିରଫ୍‌ ପରଓ୍ଵାନା ଜାରି ହୋଇଥିଲା। ସେମାନଙ୍କୁ ଅଡ଼ବା ପୁଲିସ ଖୋଜୁଥିବା ଜାଣିପାରି ୭ ଜଣ ଯାକ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ସେଠାରେ ସମସ୍ତଙ୍କ ଜାମିନ ନାମଜୁଂର ହେବା ପରେ ରା.ଊଦୟଗିରି ଜେଲକୁ ପଠାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର