୯ ଟିକିଆ ହାତୀପଲ ଉପଦ୍ରବ,ଲୋକେ ଘର ଛାଡ଼ି ପାହାଡ଼ ଉପରେ ଆଶ୍ରିତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକର କଣ୍ଡା ପାର୍ଶ୍ୱମ୍ବା ଗ୍ରାମ ନିକଟରେ ଏବେ ହାତୀପଲ ଉପଦ୍ରବରେ ଅଞ୍ଚଳବାସୀ ଅତିଷ୍ଠ। ୯ ଟିକିଆ ହାତୀ ପଲ ଜନବସିତି ଅଞ୍ଚଳରେ ପଶିବାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହେବା ସହ ଘର ଛାଡି ପାହାଡ ଉପରେ ଆଶ୍ରୟ ନେବା ସହ ରାତି କଟାଉଛନ୍ତି। ହାତୀପଲ ଏବେ ଅନାୟସରେ ବିଭିନ୍ନ ଫସଲ ନଷ୍ଟ କରୁଛନ୍ତି । ଗତ ୨୦୧୭ ମସିହା ଜାନୁଆରି ମାସରେ ଏହି ହାତୀପଲ ଗଞ୍ଜାମର ତୁମ୍ବା ଅଞ୍ଚଳରୁ ଗଜପତି ମଧ୍ୟକୁ ପ୍ରବେଶ କରିଥିଲା । ବର୍ତ୍ତମାନ ଏହି ପଲରେ ଆଉ ଦୁଇଟି ହାତୀ ମିଶ୍ରଣ ହୋଇଥିବା ଜଣାପଡ଼ିଛି । ତେବେ ଏହି ଦୁଇ ହାତୀ କେଉଁଠୁ ଏବଂ କିପରି ଆସିଲେ ତାହାର କିଛି ସଠିକ ଉତ୍ତର ବନ ବିଭାଗ କର୍ମଚାରୀ କିମ୍ବା ଅଧିକାରୀ ମାନେ ଦେଇପାରୁ ନାହାନ୍ତି । ଯେଉଁ ସ୍ଥାନରେ ଏହି ପଲ ରହୁଛନ୍ତି ସେହିସ୍ଥାନରେ ଫସଲ ଦଳି ନଷ୍ଟ କରୁଛନ୍ତି । ଗୁମ୍ମା ବ୍ଲକର ନାମୁନାଗଡ ଅଞ୍ଚଳରେ ମଧ୍ୟ ହାତୀପଲ ଯାତାୟତ କରୁଥିବା ଯୋଗୁଁ ସେଠାରେ ମଧ୍ୟ ହାତୀ ଚାଷୀଙ୍କ ଟମାଟ ,ବାଇଗଣ , ଭେଣ୍ଡି ଓ କୋବି ଫସଲ ବହୁ ପରିମାଣରେ ନଷ୍ଟ କରିଥିବା ଚାଷୀ ଅଭିଯୋଗ କରିଛନ୍ତି । ହେଲେ ଏଦିଗରେ ଜଙ୍ଗଲ ବିଭାଗର ନିରବଦ୍ରଷ୍ଟା ରହିୀଥିବା ଲୋକଙ୍କ ଧନଜୀବନ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ।

ସମ୍ବନ୍ଧିତ ଖବର