୩୧ କେଜି ଗଞ୍ଜେଇ ଜବତ, ୨ ଗିରଫ

ଯାଜପୁରସଦର/ଟାଉନ: ଯାଜପୁର ଅବକାରୀ ବିଭାଗ ପକ୍ଷରୁ ଜାତୀୟ ରାଜପଥରୁ ଏକ ଗଞ୍ଜେଇ ବୋଝେଇ କାର ଜବତ କରାଯାଇଛି। ଯେଉଁଥିରୁ ୩୧ କେଜି ଗଞ୍ଜେଇ ଜବତ ହେବା ସହିତ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ।

ସୂଚନା ଅନୁସାରେ ଏକ ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇ ଅବକାରୀ ଅଧିକ୍ଷକ ରଜତ କୁମାର ପ୍ରହରାଜଙ୍କ ନିର୍ଦ୍ଦେଶ କ୍ରମେ ନିରୀକ୍ଷକ ସ୍ୱପ୍ନାରାଣୀ ସାହୁ ୧୬ ନଂ ଜାତୀୟ ରାଜପଥର ବଡଚଣା ଠାରେ ଏକ ଇଣ୍ଡିକା କାର (ଓର-୦୫-ଏସି-୩୫୯)କୁ ଜବତ କରିଥିଲେ। ଯେଉଁ ଥିରୁ ୩୧ କେଜି ଗଞ୍ଜେଇ ଜବତ ହେବା ସହ ଗାଡି ଡ୍ରାଇଭର ସହ ଅନ୍ୟ ଜଣଙ୍କୁ ଗିରଫ କରାଯାଇଛି।

ସେମାନେ ଗଞ୍ଜେଇ ନେଇ କଟକରୁ ଯାଜପୁର ଅଭିମୁଖେ ଯାଉଥିବା ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଥିଲେ। ଗିରଫ ବ୍ୟକ୍ତି ଦ୍ଵୟ ହେଲେ ଫୁଲବାଣୀ ଅଞ୍ଚଳର ପ୍ରମୋଦ କୁମାର ଗୌଡ ଓ ଗାଡି ଡ୍ରାଇଭର କଟକ ଗୋବିନ୍ଦପୁର ଅଞ୍ଚଳର ଶରତ ଚନ୍ଦ୍ର ବାରିକ(୩୨)ଙ୍କୁ ଗିରଫ କରାଯାଇଛି। ଏହି ଚଢାଉରେ ବିଜୟଲକ୍ଷୀ ଦାସ ଏବଂ କର୍ମଚାରୀ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର