ଖୋର୍ଦ୍ଧା: ବାର୍‌ହା ଆକ୍ରମଣରେ ଶିଶୁକନ୍ୟାର ପାପୁଲି ଛିଡ଼ିଲା

ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ନିକଟରେ ଆଜି ଏକ ଜଙ୍ଗଲି ବାରାହା ଆକ୍ରମଣରେ ଜଣେ ଶିଶୁ କନ୍ୟା ଗୁରୁତର ଭାବେ ଆହତ ହୋଇଛନ୍ତି। ଶିଶୁ କନ୍ୟାଟିର ଡାହାଣ ହାତ ପାପୁଲି ସମ୍ପୂଣ୍ଣ ଛିଡି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପାଟରାପାଲି ଗାଁର ଭିକାରୀ ନାୟକ ପରିବାର ସହିତ ଖୋର୍ଦ୍ଧା ଜିଲ୍ଲା ଦଧିମାଛଗାଡ଼ିଆ ଅଞ୍ଚଳରେ ରହିବା ସହିତ ସେଠାରେ ଏକ କ୍ରସରରେ କାର୍ଯ୍ୟ କରନ୍ତି। ଆଜି ସକାଳେ ଶ୍ରୀ ନାୟକ ଓ ତାଙ୍କ ପତ୍ନୀ କ୍ରସରରେ କାମ କରୁଥିବା ବେଳେ ନିକଟରେ ତାଙ୍କ ଦେଢ଼ ବର୍ଷର ଶିଶୁ କନ୍ୟା ଖେଳୁଥିଲା। ଏହି ସମୟରେ ପାହଡ଼ ଆଡ଼ୁ ଏକ ଜଙ୍ଗଲି ବାର୍‌ହା ବାହାରି ଆସି ଶିଶୁ କନ୍ୟାଟିକୁ ଆକ୍ରମଣ କରିଥିଲା। ବାର୍‌ହା ଆକ୍ରମଣରେ ତାଙ୍କ ଡାହାଣ ହାତ ପାପୁଲି ଛିଡ଼ି ଯାଇଛି। ଗୁରୁତର ଅବସ୍ଥାରେ ପରିବାର ଲେକେ ତାଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର