ମୟୂରଭଂଜ: ଥାନାରେ ସ୍ୱାମୀଙ୍କ ଅଭିଯୋଗ, ସ୍ତ୍ରୀ ପେଟରେ ବଢୁଥିବା ଛୁଆ ଆଉ କାହାର!

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଂଚଳର ଜଣେ ଯୁବକ ନିଜ ସ୍ତ୍ରୀ ନାଁରେ ଅଦ୍ଭୁତ ଅଭିଯୋଗ ଆଣିଛନ୍ତି। ଶ୍ୟାମସୁନ୍ଦରପୁର ଗ୍ରାମର ଯୁବକ ଛଅ ବର୍ଷ ପୂର୍ବରୁ ବୌଦିକ ରୀତିନୀତିରେ ବିବାହ କରିଥିଲେ। ଘରର ଆର୍ଥିକ ଅବସ୍ଥା ଦୟନୀୟ ଥିବାରୁ ସେ ରାଜ୍ୟ ଛାଡ଼ି ବାହାରକୁ ପଳାଇ ଯାଇଥିଲେ। ପରିବାର ଗୁଜରାଣ ମେଣ୍ଟାଇବା ପାଇଁ ନିଜ ସ୍ତ୍ରୀ ସହିତ ସୂଦୂର ଚେନାଇ ଯାଇଥିଲେ। ତେବେ ଅନ୍ୟ ପୁରୁଷ ସହିତ ସବୁ ବେଳେ କଥା ହେବାକୁ ନେଇ ଗ୍ରାମକୁ ଆସି ଏକ ବୌଠକ ହୋଇ ଥିଲା। ଏପରି ଆଉ କିଛି ନ କରିବାର ସ୍ତ୍ରୀ ପ୍ରତିଶୃତି ଦେବାରୁ ମାମଲା ସମାଧାନ ହୋଇଥିଲା।

ତେବେ ଏଥର ସ୍ତ୍ରୀକୁ ଘରେ ଛାଡ଼ି ଯୁବକ ଚେନାଇ ଯାଇଥିଲେ। ଛୁଟିରେ ଘରେ ଆସିଲା ପରେ ବାପ ଘରୁ ସ୍ତ୍ରୀର ଭଉଣୀ (ଶାଳୀ) ପାଖରୁ ଫୋନ ଆସିଥିଲା। ଖୁସି ଖବର ଶୁଣି ଯୁବକଙ୍କ ହୋସ୍‌ ଉଡିଯାଇଥିଲା। କାରଣ ଯୁବକର ଅନୁପସ୍ଥିତି ସ୍ତ୍ରୀ କୁଆଡେ ତିନି ମାସର ଗର୍ଭବତୀ ଅଛନ୍ତି। ଏ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ସ୍ୱାମୀ ବାଙ୍ଗିରିପୋଷି ଥାନାର ଦ୍ଵାରସ୍ଥ ହୋଇଛନ୍ତି। ସ୍ୱାମୀ ଲିଖିତ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ସ୍ତ୍ରୀ ପେଟରେ ଥିବା ଛୁଆ ଆଉ କାହାର। ଏମିତି ଏକ ସ୍ପର୍ଶକାତର ଘଟଣାକୁ ଅତି ସତର୍କତା ସହିତ ପୁଲିସ ତଦନ୍ତ କରୁଛି ବୋଲି ଥାନା ଅଧିକାରୀ ଚନ୍ଦନ କୁମାର ଘଡେଇ କହିଛି। ଉଭୟ ପକ୍ଷକୁ ଥାନା ଡକାଯାଇଛି। ପୁଲିସ ମାମଲାର ସମାଧାନ କରିବାକୁ ଯୋଜନା କରୁଛି।

ସମ୍ବନ୍ଧିତ ଖବର