ରାତିସାରା ଅନ୍ଧାର, ଅଭିଯୋଗ ପରେ ବି ଶୁଣିଲାନି ବିଭାଗ

ବାଲିକୁଦା: ପ୍ରଚଣ୍ଡ ଗ୍ରୀଷ୍ମ ପବାହ ସାଙ୍ଗକୁ ବାଲିକୁଦା ଅଞ୍ଚଳରେ ବାରମ୍ବାର ବିଜୁଳି ବିଭ୍ରାଟ ହେଉଥିବାରୁ ଲୋକେ ଏହାକୁ ନେଇ ଅତୀଷ୍ଠ ହୋଇ ପଡ଼ିଲେଣି। ଏ ନେଇ ସେମାନେ ବିଭାଗୀୟ ଅଧିକାରୀମାନଙ୍କୁ ବାରମ୍ବାର ଜଣାଇଲେ ବି ତାହାର କିଛି ସୁଫଳ ମିଳୁନାହିଁ। ରାତିରେ ଥରଟିଏ ବିଜୁଳି କଟିଲେ ଆଉ ଆସୁନଥିବାରୁ ଏହା ଗ୍ରାହକମାନଙ୍କ ପାଇଥଁ ବିରାଟ ସମସ୍ୟା ପାଲଟିଛି। ସଂଖ୍ୟାଲଘୁ ସମ୍ପ୍ରଦାୟର ଉତ୍ସବ ଚାଲିଥିବାରୁ ରାତିରେ ବିଜୁଳି କଟିବା ଦ୍ୱାରା ସେମାନେ ଧାର୍ମିକ କାର୍ଯ୍ୟକ୍ରମ କରିବାରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତକାଲି ରାତିରେ ବିଜୁଳି କଟିଥିବା ବେଳେ ଗ୍ରାହକମାନେ ବିଭାଗୀୟ ଯନ୍ତ୍ରୀଙ୍କୁ ଫୋନ୍‌ରେ ଜଣାଇଥିଲେ। ହେଲେ, ବିଭାଗ ଏହା ଉପରେ କୌଣସି ପଦକ୍ଷେପ ନେଇନଥିଲା। ସକାଳେ ଉପଭୋକ୍ତାମାନେ ପୁନର୍ବାର ଅଭିଯୋଗ କରିବା ପରେ ଅପରାହ୍ନ ୩ଟା ସମୟରେ ଏହା ସଜଡ଼ାଯାଇଥିଲା। ବାରମ୍ବାର ଏଭଳି ଘଟୁଥିଲେ ବି ବିଭାଗୀୟ କର୍ତ୍ତୃପକ୍ଷ ସେଥିପ୍ରତି ନିରବଦ୍ରଷ୍ଟା ସାଜୁଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ତୁରନ୍ତ ଏଥିପ୍ରତି ଉପରିସ୍ଥ ଅଧିତକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର