ସାମ୍ବାଦିକଙ୍କୁ ଆକ୍ରମଣର ପ୍ରତିବାଦ ଓ ସୁରକ୍ଷା ପାଇଁ ଦାବିପତ୍ର

ପାରାଦୀପ: ପାରାଦୀପରେ ଗଣମାଧ୍ୟମ ପ୍ରତିନିଧି ରମାକାନ୍ତ ନାୟକଙ୍କୁ ଆକ୍ରମଣ ଘଟଣାକୁ ପାରାଦୀପ ପ୍ରେସ୍ କ୍ଳବ ପକ୍ଷରୁ ପ୍ରତିବାଦ କରାଯାଇଛି। ଏଥି ସହିତ ସମ୍ବାଦିକମାନଙ୍କ ସୁରକ୍ଷା ବାବଦରେ ପ୍ରେସ୍ କ୍ଳବର ସଦସ୍ୟମାନେ ଅତିରିକ୍ତ ଜିଲ୍ଲାପାଳ ଡ. କାହ୍ନୁଚରଣ ଧୀର ଓ ଅତିରିକ୍ତ ଅାରକ୍ଷୀ ଅଧୀକ୍ଷକ ବିଷ୍ଣୁଚରଣ ମିଶ୍ରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ୍ୟ, ଗତ ୩୦ ତାରିଖରେ ପାରାଦୀପଗଡ଼ସ୍ଥିତ ଶ୍ରୀମା ସ୍କୁଲରେ ଛାତ୍ରଛାତ୍ରୀମା‌େନ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ କରିି‌ଥିଲେ। କେତେଜଣ ସ୍ଥାନୀୟ ଯୁବକ ଛାତ୍ରଛାତ୍ରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଧମକ ଦେଉଥିବା ବେଳେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ରମାକାନ୍ତ ନାୟକ ଏହାର ଉତ୍ତୋଳନ କରିବାରୁ ସେମାନେ ତାଙ୍କୁ ଆକ୍ରମଣ ମାରିଥିଲେ। ସେମାନେ ତାଙ୍କ କ୍ୟାମେରା ମଧ୍ୟ ଛଡାଇ ନେଇଥିଲେ। ଏହି ଘଟଣାକୁ ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ଆକ୍ରମଣ ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରେସ୍‌ କ୍ଲବ ପକ୍ଷରୁ ଦାବି ହୋଇଛି। ଏ ବାବଦରେ ନିର୍ବାଚନ କମିସନ ଓ ଜିଲ୍ଲାପାଳଙ୍କ ସହ ବିସ୍ତୃତଆଲୋଚନା କରାଯାଇ ପଦକ୍ଷେପ ନିଅାଯିବ ବୋଲି ପ୍ରେସ୍ କ୍ଳବ ପକ୍ଷରୁ ସୂଚନା ମିଳିଛି। ଆଜିର ପ୍ରତିବାଦ ସଭାରେ ଗଗନ ବିହାରୀ ସାହୁ, ଚିତ୍ତରଂଜନ ସ୍ବାଇଁ, ସୁଧୀର ରଂଜନ ଦାଶ, ଧ୍ରୁବଚରଣ ମହାପାତ୍ର, ବଟକୃଷ୍ଣ ଦାସ, ପ୍ରେସ୍ ମିଡିଅା ସଭାପତି ବସନ୍ତ କୁମାର ସାହୁ, ଓଜେୟୁ ସଭାପତି କର୍ମେଶ୍ୱର ବାଇ, ଶଶାଙ୍କ ଅାଚାର୍ଯ୍ୟ, ରବୀନ୍ଦ୍ର ଜେନା, ଜଗବନ୍ଧୁ ସ୍ବାଇଁ, ମହେନ୍ଦ୍ର ପରିଡା, ବିବେକାନନ୍ଦ ରାଉତ, ସୁବ୍ରତ ନାୟକ ଓ ରମାକାନ୍ତ ନାୟକ ପ୍ରମୁଖ ସମ୍ବାଦିକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର