ଯାଜପୁର: କାର-ଟ୍ରକ୍‌ ଧକ୍କାରେ ଜିଲ୍ଲାପରିଷଦ ସଭ୍ୟଙ୍କ ପରଲୋକ

ଯାଜପୁର: ଯାଜପୁର ଜିଲ୍ଲା ୩୦ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଭାଗବତ ପ୍ରସାଦ ମିଶ୍ରଙ୍କର ଆଜି ସକାଳେ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଶ୍ରୀ ମିଶ୍ର ନିଜର ଜଣେ ସମ୍ପର୍କୀୟଙ୍କ ଶବ ସଂସ୍କାର କରି ଫେରୁଥିବା ବେଳେ ତାଙ୍କ କାରସହିତ ଏକ ଟ୍ରକର ଧକ୍କା ହେବା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ନିଜର ଜଣେ ସମ୍ପର୍କୀୟଙ୍କ ଶବ ସଂସ୍କାର କାର୍ଯ୍ୟ ସାରି ଶ୍ରୀ ମିଶ୍ର ନିଜର ଜଣେ ସହଯୋଗୀଙ୍କ ସହିତ କାରଯୋଗେ ନିଜ ଘର ଯାଜପୁର ବ୍ଲକ୍‌ ସିମିଳିଆ ପଞ୍ଚାୟତ ଅନ୍ତର୍ଗତ ମଇଦପୁର ଗାଁକୁ ଫେରୁଥିବା ବେଳେ ଯାଜପୁର ରୋଡ୍‌ ଥାନା ଅନ୍ତର୍ଗତ ଚୋରଦା ଛକ ନିକଟରେ ରାସ୍ତା କଡ଼ରେ ଥିବା ଏକ ଟ୍ରକ୍‌ ସହିତ ତାଙ୍କ କାରର ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଶ୍ରୀ ମିଶ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ସହଯୋଗୀ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।ବିଜେଡି ଦଳର ଟାଣୁଆ ନେତା ଶ୍ରୀ ମିଶ୍ରଙ୍କ ପରଲୋକରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର