କୋରେଇ: ଆଜି ସକାଳେ ଯାଜପୁର ଜିଲ୍ଲା କୋରୋଇ ବ୍ଲକ୍ କନ୍ତରା ଗ୍ରାମପଞ୍ଚାୟତର ସରପଞ୍ଚ ରୁନୁ ଭୂୟାଁ ଓ ତାଙ୍କ ସ୍ୱାମୀ ନାରାୟଣ ଭୂୟାଁଙ୍କୁ ପୂର୍ବତନ ସରପଞ୍ଚଙ୍କ ଭାଇ ଶଶୀଭୂଷଣ ବରାଳ(୨୪ ବର୍ଷ) ଭୂଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଉଭୟ ବିଜେଡି ଦଳର ସମର୍ଥକ ହୋଇଥିବାରୁ ଏହାକୁ ନେଇ ବ୍ଲକ୍ରେ ବିଜେଡି ଗୋଷ୍ଠୀ କନ୍ଦଳ ତୀବ୍ର ହେଇଛି। ଆହତ ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କୁ ଚିକିତ୍ସା ପାଇଁ କୋରେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।