କାମରେ ଲାଗିଲାନି ସ୍ଲୁଇସ ଗେଟ୍ : ପରିଦର୍ଶନ କଲେ ଜଳସମ୍ପଦ ଅଧିକାରୀ

ପୂର୍ତ୍ତ ବିଭାଗ ହାତକୁ ଯିବ ଘେରିବନ୍ଧ

ରତ୍ନଗିରି: ଯେଉଁ ଉଦ୍ଦେଶ୍ୟ ନେଇ ଘେରି ବନ୍ଧ ନିର୍ମାଣ କରାଯାଇଥିଲା ତାହା କାମରେ ଆସିଲାନି। ସ୍ଲୁଇସ୍ ଗେଟ ବି। ଏହାକୁ ନେଇ ତମ୍ବିତୋଫାନ ହେବା ପରେ ଏସଂପର୍କିତ ଏକ ତଥ୍ୟ ଭିତ୍ତିକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଖବର ପ୍ରକାଶନ ପରେ ବିଭାଗୀୟ ଅଧିକାରୀ ତତ୍ପରତା ପ୍ରକାଶ କରିଛନ୍ତି। ଆଲୋଚନା ପରେ ଏବେ ଜଳ ସମ୍ପଦ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ପରଖିଛନ୍ତି।
ବରୀ ଅଞ୍ଚଳର ଜନସାଧାରଣଙ୍କୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ସରକାରଙ୍କ ତହବିଲ୍‌ରୁ ଶହଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇ ଘେରିବନ୍ଧ ନିର୍ମାଣ କରାଯାଇଛି। ଚାଷଜମିରୁ ବର୍ଷାଜଳ ନିଷ୍କାସନ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇ ମଧ୍ୟ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କରାଯାଇଛି ା ହେଲେ ବିଭାଗ ପକ୍ଷରୁ ଗେଟ୍‌ରେ ଡ୍ରାଇଭର‌୍‌ ବା ଜଗୁଆଳ ନିଯୁକ୍ତି ଦିଆଯାଇନାହିଁ ା ବନ୍ୟା ସମୟରେ ନଦୀର ପାଣି କେତେ ବେଳେ ଯେ ଗେଟ୍‌ ଦେଇ ଚାଷ ଜମି ଓ ଜନବସତି ଭିତରକୁ ପଶୁଛି ଆଉ ବାହାରୁଛି ବିଭାଗ ପାଖରେ ହିସାବ ନାହିଁ ା ଠିକା ସ˚ସ୍ଥା ଅତି ତରବରିଆ ଭାବରେ ଗେଟ୍‌ ଗୁଡିକୁ ନିର୍ମାଣକରି ବିଭାଗକୁ ହସ୍ତାନ୍ତର କରିଥିଲା ା ଗେଟ୍‌ ଗୁଡିକ ନିମ୍ନମାନର ହୋଇଥିବାରୁ କେତେକ ଜାଗାରେ ଗେଟ୍‌ର କବାଟ ୨ଫୁଟ୍‌ ଉପରକୁ ଉଠିକି ରହିଛି । ଗେଟ୍‌ଦେଇ ବନ୍ୟାପାଣି ଚାଷଜମି ଭିତରକୁ ପ୍ରବେଶ କରୁଛି ା ଦୟିତ୍ବରେ ଥିବା ଅଧିକାରୀ କିପରି ଗେଟ୍‌ ଗୁଡିକ ବିନାଯାଞ୍ଚରେ ଠିକା ସ˚ସ୍ଥାକୁ ବିଲ୍‌ ପଇଠ କରିଦେଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା
ମଙ୍ଗଳବାର ଜଳସମ୍ପଦ ବିଭାଗର ଅଧିକାରୀ ଘେରିବନ୍ଧ ଓ ନିର୍ମିଣ କରାଯାଇଥିବା ସୁଇସ୍‌ ଗେଟ୍‌ ପରିଦର୍ଶନ କରିବା ସହିତ ବିଭିନ୍ନ ଗିଦକୁ ତର୍ଜମା କରିଥିଲେ ା ପରେ ଅଧିକାରୀମାନେ ରତ୍ନଗିରି ସେକ୍‌ସନ୍‌ ଅଫିସ୍‌ରେ ଗଣସୁରକ୍ଷା ମଞ୍ଚର ସଦସ୍ୟଙ୍କ ସହିତ ଏକ ଆଲୋଚନା କରିଥିଲେ। ଜନକ ବ୍ରିଜ୍‌ ଠାରୁ ଅସଲପୁର ପର୍ଯ୍ୟନ୍ତ ବିରୂପା ବାମପାର୍ଶ୍ବ, ମହାକାଳପଡା ଠାରୁ କାଇପଡା ବିରୂପାବାମ ପାର୍ଶ୍ବ, ଗୋଳକୁଣ୍ତ ଠାରୁ ବ୍ରହ୍ମବରଦା ପର୍ଯ୍ୟନ୍ତ ବ୍ରାହ୍ମଣୀର ଦକ୍ଷିଣ ପାର୍ଶ୍ବ ଓ ସେହିଭଳି ବ୍ରାହ୍ମଣୀର ବାମପାର୍ଶ୍ବରେ ଥିବା ବରୀ ମାଉର୍ଣ୍ତ ଠାରି ବ୍ଲକ ପର୍ଯ୍ୟତ୍ର ନଦୀବନ୍ଧ ରାସ୍ତାକୁ ଜଳସମ୍ପଦ ବିଭାଗରେ ଥିବା ନଦୀବନ୍ଧ ରାସ୍ତାକୁ ପୁତ୍ତବିଭାଗକୁ ହସ୍ତାନ୍ତର କରାଯିବ ବୋଲି ଚର୍ଚା ହେଉଛି।
ଗତ ଲଗାଣ ବର୍ଷା ଓ ବନ୍ୟାସମୟରେ ନିର୍ମାଣ ହୋଇଥିବା ସ୍ଳୁଇସ୍‌ ଗେଟ୍‌ ଗୁଡିକରେ ସରକାରୀ କର୍ମଚାରୀ ନିୟୋଜିତ ହୋଇ ନଥିବାରୁ ଗେଟ୍‌ ଗୁଡିକ ଠିକ୍‌ ଭାବେ ପରିଚାଳିତ ହୋଇ ନଥିଲା ା ଶହଶହ ହେକ୍ଟର ଜମିରେ ଫସନ ନଷ୍ଟ ହୋଇଥିବା ଅଧିକାରୀମାନେ ଶିକାର ହୋଇଥିବା ଗଣପରିଷଦର ସଭାପତି ଲୋକନାଥ ଦାସ କହିଛନ୍ତି। ଆଲୋଚନାରେ ଜାରକା ଡିଭିଜନ୍‌ ନିର୍ବାହିଯନ୍ତ୍ରୀ ବାମବେଦ ବିଶ୍ବାଳ, ଚଣ୍ତିଖୋଲ ସେକ୍‌ସନ୍‌ ସହକାରୀଯନ୍ତ୍ରୀ ନାରାୟଣ ଚନ୍ଦ୍ର ନାୟକ, ବରୀ ସେକ୍‌ସନ୍‌ ସହକାରୀଯନ୍ତ୍ରୀ ସୁବାସ ଚନ୍ଦ୍ର ତ୍ରିପାଠୀ, ରତ୍ନଗିରି ସେକ୍‌ସନ୍‌ କନିଷ୍ଠ ଯନ୍ତ୍ରୀ ଶିବାନନ୍ଦ ପାଣିଗ୍ରାହୀ, ସାଉଡିଆ ସେକ୍‌ସନ୍‌ ପରମାନନ୍ଦ ରାଉତଙ୍କ ସମେତ ଗଣପରିଷଦର ସଭାପତି ଲୋକନାଥ ଦାସ, ଭଜହରି ମହାପାତ୍ର, ସୁରମୋହନ ମହାପାତ୍ର, କିଶୋରଚନ୍ଦ୍ର ଦାସ, ବିଷ୍ନୁଚରଣ ମହାନ୍ତି, ବୃନ୍ଦାବନ ସାମଲ, ରାଜକିଶୋର ସାମଲ, ଗୋପବନ୍ଧୁ ଦାସ, କର୍ଣ୍ଣଚନ୍ଦ୍ର ଘଡାଇ ପ୍ରମୁଖ ଅ˚ଶଗ୍ରହଣ କରିଥିଲେ ା

ସମ୍ବନ୍ଧିତ ଖବର