ଦୁଇ ଲୁଟେରା ଗିରଫ, ବାଇକ୍‌ ଜବତ

କୋରେଇ: ପାଣିକୋଇଲି ପୁଲିସ୍‌ ଆଜି ଦୁଇ ରାଜପଥ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ ବହୁ ଅପରାଧିକ ମାମଲାରେ ଜଡିତ ଥିବା ଏହି ଦୁଇ ଯୁବକଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ଥିବା ଜଣାପଡିଛି। ଲୁଟେରା ଦ୍ୱୟ ଯାଜପୁର ଟାଉନ ଥାନା ଅନ୍ତର୍ଗତ ବଡଶାସନ ନାରୟଣୀ ଛକର ବଳରାମ ମହାନ୍ତିଙ୍କ ପୁଅ ଦେବ ଓରଫ ଦେବ ପ୍ରସାଦ ମହାନ୍ତି(୨୭), ସଦର ଥାନା ଅନ୍ତର୍ଗତ ଅବଦଲପୁର ଗ୍ରାମର ସୁଶାନ୍ତ ମିଶ୍ରଙ୍କ ପୁଅ ରାଜା ଓରଫ ପବିତ୍ର ମୋହନ ମିଶ୍ର(୨୮) ବୋଲି ଜଣାପହିଛି। ଉଭୟଙ୍କ ନାମରେ ଯାଜପୁରରୋଡ ଥାନାରେ ୨ଟି, ଧର୍ମଶାଳା ଥାନାରେ ୨ଟି, କୋରେଇ ଥାନାରେ ୧ଟି, ଯାଜପୁର ଥାନାରେ ୧ଟି, କୁଆଖିଆ ଥାନାରେ ୧ଟି ମାମଲା ଥିବା ପୁଲିସ୍‌ ପ୍ରକାଶ କରିଛି। ରାଜପଥ ଓ ବିଭିନ୍ନ ରାସ୍ତାରେ ଛିନ୍‌ତାଇ କରିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରିବା ପରେ ପାଣିକୋଇଲି ପୁଲିସ୍‌ ୧୨୫/୧୮ରେ ମାମାଲା ରୁଜୁ କରିଛି। ସେମାନଙ୍କ ଦ୍ୱାରା ବ୍ୟବହୃତ ବାଇକ୍‌ (ଓଡି ୦୨ ଏଚ୍‌ ୧୦୫୭)କୁ ମଧ୍ୟ ପୁଲିସ୍‌ ଜବତ କରିଛି। ଉଭୟଙ୍କୁ ଗିରଫ ପରେ ଦଫା ୩୯୨ ଆଇପିସିରେ କୋର୍ଟ ଚାଲାଣ କରାଯାଇଥିବା ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର