ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ:ହତ୍ୟା ଅଭିଯୋଗ ଆଣିଲେ ଭାଇ

ରଗଡ଼ି: କୋରେଇ ଥାନା ଅନ୍ତର୍ଗତ ପଚ୍ଛିକୋଟ ପଞ୍ଚାୟତ ଖମିଗାଁ ଗ୍ରାମରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ହେଲେ ଏହି ଗ୍ରାମର ବିଜନ ପତିଙ୍କ ସ୍ତ୍ରୀ ମିନତି।  ସକାଳେ ରୋଷେଇ ଘର ଆଜବେଷ୍ଟସ୍‌ ଛପର ତଳେ ଥିବା କାଠ ବହ୍ଲାରେ ଝୁଲୁଥିବା ମିନତିଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମିନତିଙ୍କ ସ୍ବାମୀ ବିଜନଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ପ୍ରକାଶ ଯେ, ଖମିଗାଁ ଗ୍ରାମର ସ୍ବର୍ଗତ ଧରଣୀଧର ପତିଙ୍କ ସାନପୁଅ ବିଜନ ୨୦୧୨ ମସିହ‌ାରେ କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଭୋଳ ନୂଆଗାଁର ଅରୁଣ ମିଶ୍ରଙ୍କ ଝିଅ ମିନତିଙ୍କୁ ବିବାହ କରିଥିଲେ। ମିନତିଙ୍କର ଗୋଟିଏ ୫ ବର୍ଷର ଝିଅ ଥିବା ବ‌େଳେ ‌୨ ବର୍ଷର ପୁଅ ଅଛି। ପାରିବାରିକ କଳହରୁ ବୋହୂ ଆତ୍ମହତ୍ୟା କରିଥିବା ଶାଶୂଘର ଲୋକେ କହୁଥିବା ବ‌େଳେ ମିନତିଙ୍କ ଭାଇ ତାଙ୍କ ଭଉଣୀକୁ ମାରିଦିଆଯାଇଛି ବୋଲି କୋରେଇ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର