ପ୍ରଥମ ଥର ପାଇଁ ଭବାନୀପାଟଣାରେ ମହିଳା ରକ୍ତଦାନ ଶିବିର ୨୮ରେ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଳାର ଭବାନୀପାଟଣା ସହରର ବାହାଦୁର ବଗିଚାପଡ଼ାସ୍ଥିତ ସ୍ୱାଗତ ଆଇଟିସି ଠାରେ ଆସନ୍ତା ସେପ୍ଟେମ୍ବର ୨୮ ତାରିଖରେ ପ୍ରଥମଥର ପାଇଁ ସ୍ୱତନ୍ତ୍ର ଭାବେ ମହିଳା ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଏ ନେଇ ଗୁରୁବାର ସନ୍ଧ୍ୟାରେ ସ୍ୱାଗତ ଆଇଟିସି ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ୱାଗତ ଆଇଟିସିର ନିର୍ଦ୍ଦେଶିକା ପ୍ରୀତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜୁନାଗଡ଼ ଏନ୍‌ଏସି ଅଧ୍ୟକ୍ଷା ବିଜୟଲକ୍ଷ୍ମୀ କନ୍ଦପାନ, ବିଜେଡି ଜିଲ୍ଳା ସଭାନେତ୍ରୀ କଲ୍ୟାଣୀ ନାଏକ, ବିଜେଡି ଜୁନାଗଡ଼ ବ୍ଳକ ସଭାନେତ୍ରୀ ମନିଷା ସାହୁ, ଗୁରୁପ୍ରୀତ କୌର, ମୋହିନୀ ଗୁପ୍ତା, ମାନିନୀ ହରିଚନ୍ଦନ, ଡୋଲିନୀ ହରିଚନ୍ଦନ, ପୁଷ୍ପା ସାହୁ, ରୋଜାଲିନ ପଣ୍ଡା, କମଳିନୀ ପଣ୍ଡା, ସଞ୍ଜିତ କୌର, ସ୍ୱାଗତ ଆଇଟିସିର ଅଧ୍ୟକ୍ଷ ପ୍ରଦୀପ ଦାସ ପ୍ରମୁଖ ନିଜର ମତ ରଖିଥିଲେ। ଜ୍ୟୋତିରାଣୀ ଦାସ ଧନ୍ୟବାଦ ଦେଇଥିବା ବେଳେ ‘ସମ୍ବାଦ’ର ଜିଲ୍ଳା ପ୍ରତିନିଧି ଦେବେନ୍ଦ୍ର କୁମାର ବିଶି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର