୮ମ ଶ୍ରେଣୀ ଛାତ୍ରୀ ପିଲା ପ୍ରସବ କରିବା ପରେ ଦାରିଙ୍ଗବାଡ଼ିରେ ଉତ୍ତେଜନା: ସମ୍ପୃକ୍ତି ସନ୍ଦେହରେ ଯୁବକ ଅଟକ

ଦାରିଙ୍ଗବାଡ଼ି: ରବିବାର ଭୋର୍‌ ୪ଟା ବେଳେ ଦାରିଙ୍ଗବାଡ଼ି ସରକାରୀ ଉଚ୍ଚବିଦ୍ୟାଳୟ ଛାତ୍ରୀନିବାସ ଶୌଚାଳୟରେ ଜଣେ ଛାତ୍ରୀ ପିଲା ପ୍ରସବ କରିଥିବା ଘଟନା ବାହାରେ ପ୍ରଘଟ ହେବା ପରେ ପରିସ୍ଥିତି ଉତ୍ତେଜନାମୟ ହୋଇ ଉଠିଛି।

ଦାରିଙ୍ଗବାଡ଼ି ଓ ଗ୍ରିନ୍‌ବାଡ଼ି ଗ୍ରାମପଞ୍ଚାୟତର ସମସ୍ତ ଲୋକ ସ୍କୁଲ୍‌ ପରିସରରେ ରୁଣ୍ଡ ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଖବର ପାଇ ସଦଳବଳେ ପୁଲିସ ଅଧିକାରୀ ସ୍କୁଲ୍‌ରେ ପହଞ୍ଚି ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ କଥାବାର୍ତ୍ତା କରିବା ପରେ ଘଟନାର ସତ୍ୟାସତ୍ୟ ଜଣାପଡ଼ିଥିଲା।

ପରେ ପରେ ସମଗ୍ର ଦାରିଙ୍ଗବାଡ଼ିରେ ଲୋକେ ରାସ୍ତାଘାଟରେ ପୁରୁଣା ଟାୟାର ଆଦି ଜାଳି ପ୍ରତିବାଦ ପ୍ରଦର୍ଶନ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଆଣି ଥାନାରେ ରଖାଯାଇଛି। ପ୍ରସବ କରିଥିବା ଛାତ୍ରୀ ଏବଂ ତା’ ପିଲାକୁ ବାଲିଗୁଡ଼ା ଡାକ୍ତରଖାନାକୁ ପଠାଇ ଦିଆଯାଇଛି ବୋଲି ପ୍ରଧାନ ଶିକ୍ଷୟିତ୍ରୀ ପୁଲିସକୁ ଜଣାଇଛନ୍ତି।

ଝିଅ ସହ ସମ୍ପର୍କ ରଖିଥିବା କଥା କୁହାଯାଉଥିବା ଜଣେ ଯୁବକଙ୍କୁ ଥାନାକୁ ଆଣି ପୁଲିସ ପଚରା ଉଚୁରା କହୁଛି।

ଦାରିଙ୍ଗବାଡ଼ିରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲେ ବି ନିୟନ୍ତ୍ରଣାଧୀନ ଥବା କଥା ପୁଲିସ କହିଛି।

ସମ୍ବନ୍ଧିତ ଖବର