କନ୍ଧମାଳ: ହଜାରେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍‌ସ ଜାଲରେ ପଡ଼ିଲେ ରାଜସ୍ୱ ନୀରିକ୍ଷକ

ତୁମୁଡିବନ୍ଧ: ଭିଜିଲାନ୍‌ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡାର ରାଜସ୍ୱ ନିରୀକ୍ଷକ ତାରିଣୀ ପରିଛା। ବାଲିଗୁଡା ଥାନା ବଡ଼ଗାଁର ଶୁକଦେବ ମଳିକଙ୍କ ଠାରୁ ଟ୍ରାସ୍‌ ମ୍ୟାପ ପାଇଁ ଏକ ହଜାର ଟଙ୍କା ଲାଞ୍ଚ ନେବା ବେଳେ ବୁଧବାର ଭିଜିଲାନ୍‌ସ ହାତରେ ଧରା ପଡିଛନ୍ତି। ବଡ଼ଗାଁର ଶୁକଦେବ ବାରମ୍ବାର ବାଲିଗୁଡା ରାଜସ୍ୱ ନିରୀକ୍ଷକ ତାରିଣୀ ପରିଛାଙ୍କୁ ନେହୁରା ହୋଇଥିଲେ ମଧ୍ୟ ବହୁ ଦିନ ହେଲାଣି ଆର.ଆଇ ତାରିଣୀ ପରିଛା ଜାଣିଶୁଣି ହଇରାଣ କରିବା ସହ କରାଇ ଦେଉନଥିଲେ।

ବାରମ୍ବାର ଟଙ୍କା ମାଗିବା ସହ ବିନା ଟଙ୍କାରେ କିଛି ହୋଇ ପାରିବନି ବୋଲି ସିଧାସଳଖ ମନା କରିଥିବା ଶୁକଦେବ ଅଭିଯୋଗ କରିଛନ୍ତି। ଏ ନେଇ ଶୁକଦେବ ଭିଜିଲାନ୍‌ସକୁ ଜଣାଇବା ପରେ ଆଜି ସେ ବାଲିଗୁଡା ଆର.ଆଇ କାର୍ଯ୍ୟାଳୟକୁ ଜାଗାରେ ଟ୍ରାସ ମ୍ୟାପ ପାଇଁ ଆସିଥିଲେ। ପୂର୍ବ ଭଳି ଆଜି ଆର.ଆଇ ଏକ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରା ପଡିଲେ। ଫୁଲବାଣୀ ଭିଜିଲାନ୍‌ସର ଡିଏସ୍‌ପି ରବିକାନ୍ତ ସୁନା, ଇନସ୍‌ପେକ୍ଟଟର ପି.ଛତ୍ରିଆଙ୍କ ମିଳିତ ଟିମ ଏହି ଚଢ଼ାଉରେ ସାମିଲ ଥିଲେ। ଏ ନେଇ ଭିଜିଲାନ୍‌ସ ଡିଏସ୍‌ପି ରବିକାନ୍ତ ସୁନା ଟ୍ରାସ୍‌ ମ୍ୟାପ ପାଇଁ ଆର.ଆଇ ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର