ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଥାନା ଅନତର୍ଗତ ତେଲଙ୍ଗାବସନ୍ତ ପଞ୍ଚାୟତ ବାଳିକା ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ସେହି ଗ୍ରାମର ଜଣେ ଯୁବକ ଅପହରଣ କରିବା ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରିଥିଲେ ହେଁ ଝିଅକୁ ଉଦ୍ଧାର କରାଯାଇପାରି ନାହିଁ।
ଝିଅର ମାମୁଁ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ, ଭାଣିଜୀ ତାଙ୍କ ଘରେ ରହି ପାଠ ପଢ଼ୁଥିଲେ। ତାଙ୍କ ଘର ଆଳି ଥାନା ଅନ୍ତର୍ଗତ ମାଣିକପାଟଣାରେ। ଗତ ୨୪ ତାରିଖ ଦିନ ନିକଟସ୍ଥ ନଳବନ୍ଧକୁ ଶୌଚ ହେବାକୁ ଯାଇଥିବା ବେଳେ ଗ୍ରାମର ଟୁନିଆ ମଳିକ ବଡପନ୍ତୁରୀ ଗ୍ରାମର ପ୍ରକାଶ ପ୍ରଧାନଙ୍କ ସହାୟତାରେ ତାଙ୍କୁ ଅପହରଣ କରିନେଇଛନ୍ତି।

ଘରକୁ ନ ଫେରିବାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରାଯାଇଥିଲେ ହେଁ କିଛି ପତ୍ତା ମିଳି ନ ଥିଲା। ଏ ସମ୍ପର୍କରେ ପଚାରିବାରୁ ମାତ୍ର ଟୁନିଆର ପରିବାର ଲୋକମାନେ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଭୟଭୀତ କରାଇଥିଲେ। ଫଳରେ ସେଠାରୁ ଆସି ଗତ ୨୭ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ। ଅପହୃତ ଛାତ୍ରୀ ଜଣକ ନାବାଳିକା ହୋଇଥିବାରୁ ଘଟଣାକୁ ନେଇ ପରିବାର ପକ୍ଷରୁ ବିଭିନ୍ନ ସନ୍ଦେହ ସୃଷ୍ଟି ହୋଇଛି। ଅପହରଣ କରିଥିବା ଯୁବକ ଜଣଙ୍କ ଦଳିତ ସଂପ୍ରଦାୟ ହୋଇଥିବାରୁ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଝିଅକୁ ତୁରନ୍ତ ଉଦ୍ଧାର କରିବାକୁ ଝିଅର ପରିବାର ପକ୍ଷରୁ ଦାବିହେବା ସହ ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ କରାଯାଉଛି ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର