ବିଜେଡି ବାଲା ଘରୁ ବାହାରି ପାରିବେନି : ‘ଗ୍ୟାଙ୍ଗଷ୍ଟରଙ୍କୁ ଦେଇ ଦେବି ଟେଣ୍ଡର’

ଆଳି ବିଧାୟକଙ୍କ ଭିଡିଓ ଭାଇରାଲ, ଦୁଃଖିତ, ସ୍ଲିପ୍‌ ଅଫ୍‌ ଟଙ୍ଗ୍‌: ଦେବେନ୍ଦ୍ର ଶର୍ମା

ଆଳି : ‘୨୦୧୯ ନିର୍ବାଚନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। ବିଜେଡି ବାଲା ଘରୁ ବାହାରି ପାରିବେନି। ଆବଶ୍ୟକ ହେଲେ ଗ୍ୟାଙ୍ଗଷ୍ଟରଙ୍କୁ ଟେଣ୍ଡର ଦେଇ ଦେବି…।’ କଂଗ୍ରେସ କର୍ମୀ ସମ୍ମିଳନୀରେ ଆଳି ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଏଭଳି ବକ୍ତବ୍ୟର ଭିଡିଓ ରେକର୍ଡିଂ ଏବେ ଭାଇରାଲ୍‌ ହେବା ସହ ଚର୍ଚ୍ଚା ତଥା ଚାଞ୍ଚଲ୍ୟ ସୃଷ୍ଟି କରିଛି। କିନ୍ତୁ ବିଧାୟକ ଶ୍ରୀ ଶର୍ମା ଏହାକୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଭୁଲରେ ପାଟିରୁ ବାହାରିଗଲା (ସ୍ଲିପ୍‌ ଅଫ୍‌ ଟଙ୍ଗ୍‌) ବୋଲି କହିଛନ୍ତି।

ସୂଚନା ଅନୁଯାୟୀ ଗତ ରବିବାର ଦିନ ଆଳି ବ୍ଲକ ୪ ନମ୍ବର ଜୋନ୍‌ର କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ଦେବେନ୍ଦ୍ର ଶର୍ମା ଭାଷଣ ଦେବା ବେଳେ ଏଭଳି କିଛି ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିଲେ। ଶ୍ରୀ ଶର୍ମାଙ୍କ ଭାଷଣର ଭିଡିଓ ରେକର୍ଡିଂ ପରବର୍ତ୍ତୀ ସମୟରେ ସୋସିଆଲ୍‌ ମିଡିଆରେ ଘୂରି ବୁଲିଥିଲା। ଜଣେ ବିଧାୟକ ଏଭଳି ବକ୍ତବ୍ୟ ଦେବା ଘଟଣା ବିଭିନ୍ନ ମହଲରେ ଉଦ୍‌ବେଗ ସୃଷ୍ଟି କରିଥିଲା। କିନ୍ତୁ ବିଧାୟକଙ୍କ ଏଭଳି ବକ୍ତବ୍ୟକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହେବା ପରେ ଏବେ ବିଧାୟକ ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି। ଏବଂ, ଏହା ତାଙ୍କର ‘ସ୍ଲିପ୍‌ ଅଫ୍‌ ଟଙ୍ଗ୍‌’ ବୋଲି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର