ପାଟକୁରାରେ ବିଜେପି କର୍ମୀଙ୍କ ସମୂହ ଇସ୍ତଫା

ଗରଦପୁର : ବରିଷ୍ଠ ନେତା ବିଜୟ ମହାପାତ୍ର ଗତକାଲି ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି। ତାଙ୍କ ସମର୍ଥନରେ ଆଜି ପାଟକୁରାର ଶତାଧିକ ବିଜେପି କର୍ମୀ ଓ କାର୍ଯ୍ୟକର୍ତ୍ତା ବିଜେପିରୁ ସମୂହ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତିଙ୍କୁ ପଠାଇଛନ୍ତି।

ଏଥିପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ବ୍ଲକ ନିକଟସ୍ଥ ସେଚ ଡାକବ˚ଗଳାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ବିଜେପି ସଭାପତି ଦୁର୍ଯୋଧନ ସାହୁ ଗତକାଲି ବିଜୟଙ୍କ ସ˚ପର୍କରେ ଦେଇଥିବା ମନ୍ତବ୍ୟକୁ କଡ଼ା ନିନ୍ଦା କରାଯାଇଥିଲା। ବିଜୟଙ୍କ ଇସ୍ତଫା ବିଜେପିକୁ ଜିଲ୍ଲାରେ ଧୂଳି ଚଟାଇବ ବୋଲି ବିଜେପି ନେତା ଅମୀୟ କୁମାର ପରିଜା କହିଥିଲେ। ଜୀବନରେ ଥରୁଟିଏ ନିର୍ବାଚନ ଲଢି ୱାର୍ଡମେମ୍ବର ହୋଇ ପାରି ନ ଥିବା ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ବିଜୟଙ୍କୁ ସମାଲୋଚନା କରିବା ପୂର୍ବରୁ ନିଜକୁ ସମୀକ୍ଷା କରନ୍ତୁ ବୋଲି କଟାକ୍ଷ କରାଯାଇଥିଲା। ଗରଦପୁର ବ୍ଲକର ବିଜେପି ସମର୍ଥିତ ୮ଜଣ ନିର୍ବାଚିତ ସରପଞ୍ଚ ଓ ୪ଜଣ ସମିତି ସଭ୍ୟ ବିଜେପିରୁ ସେମାନଙ୍କ ଇସ୍ତଫା ଘୋଷଣା କରିବା ସହିତ ଅନେକ ପୂର୍ବତନ ସରପଞ୍ଚ, ସମିତିସଭ୍ୟ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ, ବିଭିନ୍ନ ମଣ୍ତଳ ବିଜେପି ସଭାପତି ଓ ଦଳୀୟ କର୍ମୀ ସାମିଲ ହୋଇ ଇସ୍ତଫା ପ୍ରଦାନ କରିଥିଲେ।

ପ୍ରକାଶଥାଉକି, ଶ୍ରୀ ମହାପାତ୍ର ପାଟକୁରା ନିର୍ବାଚନମଣ୍ଡଳୀରୁ ୧୯୮୦ରୁ ୨୦୦୦ ମସିହା ପର୍ଯ୍ୟନ୍ତ ୪ ଥର ବିଜୟ ହାସଲ କରିଥିଲେ।

ସମ୍ବନ୍ଧିତ ଖବର