ବିଜେଡିର ମହିଳା ସମାବେଶ

କେନ୍ଦୁଝର: କେନ୍ଦୁଝର ସଦର ବିଧାୟକଙ୍କ କାର୍ଯ୍ୟାଳୟରେ ବିଜେଡିର ମହିଳା ସମାବେଶ ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ଅଧୢକ୍ଷା କମଳିନୀ ପାତ୍ରଙ୍କ ଅଧୢକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଆରତୀ ସି˚ ଯୋଗଦେଇ ବିଜେଡି ସରକାର ସମୟରେ ମହିଳାଙ୍କ ପାଇଁ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସ˚ପର୍କରେ ଆଲୋକପାତ କରିଥିଲେ। ସଦର ବିଧାୟକ ଅଭିରାମ ନାଏକ କହିଥିଲେ, ବିଜେଡି ସରକାର ସବୁବେଳେ ମହିଳା ସଶକ୍ତିକରଣ ଉପରେ ବିଶ୍ବାସ କରେ। ଜିଲ୍ଲା ଯୁବ ବିଜେଡି ସଭାପତି ସୌମ୍ୟଶଙ୍କର ଚକ୍ର ରାଜ୍ୟ ସରକାର ମହିଳାଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରିଛନ୍ତି ବୋଲି କହିଥିଲେ। ଅନ୍ୟମାନଙ୍କ ମଧୢରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପାଧୢକ୍ଷା ମୀନା ମାଝୀ, ମହିଳା କମିସନ ପୂର୍ବତନ ସଦସ୍ୟା ବାସନ୍ତୀ ମାଝୀ ଯୋଗଦେଇଥିଲେ।
ପୂର୍ବତନ ସା˚ସଦ ମାଧବ ସର୍ଦ୍ଦାର, ରାଜ୍ୟ ଛାତ୍ର ବିଜେଡି ସ˚ପାଦକ ଦେବ ସାହୁ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଆଶିଷ ଆଚାର୍ଯ୍ୟ, ଯୁବ ବିଜେଡି ଉପସଭାପତି ଅଜୟ କୁମାର ଦାସ, ନଗର ସଭାପତି ବାସୁଦେବ ଜେନା, ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ସ˚ଯୋଜକ ସତ୍ୟନାରାୟଣ ପଣ୍ତା, ପୂର୍ବତନ ଜିଲ୍ଲା ପରିଷଦ ଉପାଧୢକ୍ଷ ଜଗନ୍ନାଥ ସି˚ ଉପସ୍ଥିତ ଥିଲେ।

ପାଟଣା: ପାଟଣା ବ୍ଲକ ତୁରୁମୁଙ୍ଗାରେ ବିଜେଡିର ମହିଳା ସମାବେଶ ଅନୁଷ୍ଠିତ ହୋଇଛି। ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଆରତୀ ସି˚ହଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ସମାବେଶରେ ପାଟଣା ନିର୍ବାଚନମଣ୍ତଳୀରୁ ବହୁ ସ˚ଖ୍ୟାରେ ମହିଳା ସାମିଲ ହୋଇଥିଲେ। ଏଥିରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ହୃଷିକେଶ ନାଏକ, ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାଏକ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ମମତା ଜେନା, କୌଶଲ୍ୟା ଜେନା, ମଞ୍ଜୁପ୍ରିୟା ସାହୁ, କନକ ନାଏକ, ବିନୋଦ ନାଏକ ମଞ୍ଚାସୀନ ରହି ମହିଳାଙ୍କ ଲାଗି ରାଜ୍ୟ ସରକାର କରିଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।

ଚମ୍ପୁଆ: ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବିଜେଡିର ବ୍ଲକସ୍ତରୀୟ ମହିଳା ସମାବେଶ ଅନୁଷ୍ଠିତ ହୋଇଛି। ଚମ୍ପୁଆ ବ୍ଲକ ବିଜେଡି ସଭାପତି ଚୂଡ଼ାମଣି ମହାନ୍ତଙ୍କ ତତ୍ବାବଧାନରେ ଅନୁଷ୍ଠିତ ସମାବେଶରେ କେନ୍ଦୁଝର ସା˚ସଦ ଶକୁନ୍ତଳା ଲାଗୁରୀ, କାଉନସିଲର‌୍‌ ରୀତାରାଣୀ ନାଏକ, ଆଇନଜୀବୀ ପଦ୍ମିନୀ ମିଶ୍ର, ପଦ୍ମିନୀ ମୁଣ୍ତା, ରାଜକୁମାରୀ ଥାପୋ, ଲଳିତା ପାତ୍ର ଯୋଗଦେଇଥିଲେ। ବ୍ଲକ ପର୍ଯ୍ୟବେକ୍ଷକ ବିମ୍ବାଧର କୁଅଁର, ପୂର୍ବତନ ସା˚ସଦ ଯଶୋବନ୍ତ ନାରାୟଣ ସି˚ ଲାଗୁରୀ, ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ଯୋଡା ବ୍ଲକ ସଭାପତି କୁଞ୍ଜବିହରୀ ପଲେଇ, ଚମ୍ପୁଆ ଏନ୍‌ଏସି ସଭାପତି ପ୍ରିୟନାଥ ପତି, ଜିଲ୍ଲା ସ˚ଖ୍ୟାଲଘୁ ସେଲ୍‌ ସଭାପତି ନେସାର‌୍‌ ହାୟତ୍‌, ସୁରେଶ ଚନ୍ଦ୍ର ପାତ୍ର ଉପସ୍ଥିତ ଥିଲେ। ମହିଳାଙ୍କ ଉନ୍ନତି ସାଙ୍ଗକୁ ରାଜ୍ୟ ସରକାର କରୁଥିବା ବିଭିନ୍ନ ଜନହିତକର ଯୋଜନାକୁ ସମାଜର ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହାଛଡ଼ା ଦଳୀୟ ସ˚ଗଠନକୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ଅତିଥିମାନେ କର୍ମୀଙ୍କୁ ଆହ୍ବାନ ଦେଇଥିଲେ।

 

ସମ୍ବନ୍ଧିତ ଖବର