ଗୁରୁତର ଅବସ୍ଥାରେ ନାବାଳିକା ଉଦ୍ଧାର

ଆନନ୍ଦପୁର: ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗୋଡ଼ା ପଞ୍ଚାୟତର ସାପୁଆସାହିରୁ ଆଜି ରାମଚନ୍ଦ୍ରପୁର ପୁଲିସ ଜଣେ ନାବାଳିକାଙ୍କୁ ଉଦ୍ଧାର କରିଛି। ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ତାଙ୍କୁ ସାଇଁକୁଲ ଡାକ୍ତରଖାନା ଭର୍ତ୍ତି କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଆଜି ସନ୍ଧ୍ୟାରେ ୪ ରୁ ୫ ଜଣ ଯୁବକ ଦୁଇଟି ବାଇକ୍‌ରେ ନାବାଳିକାଙ୍କୁ ନେଇ ଯାଉଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ସେମାନେ ତାଙ୍କୁ ପିଛା କରିବାରୁ ସମ୍ପୃକ୍ତ ଯୁବକମାନେ ନାବାଳିକାଙ୍କୁ ଛାଡ଼ି ବାଇକ୍‌ରେ ଫେରାର୍‌ ହୋଇଯାଇଥିଲେ। ଏ ସମ୍ପର୍କରେ ଖବର ପାଇ ରାମଚନ୍ଦ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନା ଆଣିଛି। ନାବାଳିକାଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ବୟସ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର