ରାଜନୈତିକ ହିଂସାର କରୁଣ ପରିଣତି: ପୂର୍ବତନ ଘସିପୁରା ବିଧାୟକ ପ୍ରାର୍ଥୀଙ୍କୁ ହତ୍ୟା

କେନ୍ଦୁଝର: କେନ୍ଦୁଝରର ଘସିପୁରାଠାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।  ଘସିପୁରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହା ରାଜନୈତିକ ହିଂସାଜନିତ ଏକ ହତ୍ୟାକାଣ୍ଡ ବୋଲି କୁହାଯାଉଛି।

ସୋମବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ରାମଚନ୍ଦ୍ରଙ୍କୁ ତାଙ୍କ ଘରୁ ଡାକି ନେଇ ସଂଘବଦ୍ଧ ଆକ୍ରମଣ କରି ତାଙ୍କ ହାତ ଓ ଗୋଡ଼କୁ କାଟିବା ସହ ତାଙ୍କର ହତ୍ୟା କରିଥିବା ଜାଣିବାକୁ ମିଳିଛି। ସୂଚନା ରହିଛି ଯେ ଏହି ହତ୍ୟାକାଣ୍ଡ ପଛରେ ହାତ ଥିବା ଦୁଇ ଅଭିଯୁକ୍ତ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ ବି ପୁଲିସ୍‌ ଏ ସଂପର୍କରେ କୌଣସି ତଥ୍ୟ ଦେଇ ନାହିଁ।

ଘଟଣା ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ  କଟକ ବଡ଼ ଡାକ୍ତରଖାନାକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଖାନାକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର