ରେଳ ଧାରଣାରୁ ପ୍ରେମୀ ଯୁଗଳଙ୍କ ଶବ ଉଦ୍ଧାର

ଜୟପୁର: କୋଟପାଡ ବ୍ଲକ କୁସୁମି ନିକଟରୁ ଆଜି ସକାଳେ ନାବାଳକ ପ୍ରେମୀ ଯୁଗଳଙ୍କ ଶବ କୋଟପାଡ ପୁଲିସ ଓ କୋରାପୁଟ ଜିଆରପି ଉଦ୍ଧାର କରିଛନ୍ତି। ମୃତକ ଦ୍ୱୟ କୁସୁମି ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡି ପଦର ଗାଁର ବୋଲି ଜଣାପଡିଛି। ପ୍ରେମିକାର ବୟସ ୧୪ ଏବଂ ପ୍ରେମିକର ବୟସ ୧୫ବର୍ଷ ହେବ ବୋଲି ଜଣାପଡିଛି। ଗାଁ ସ୍କୁଲରେ ଯଥାକ୍ରମେ ଅଷ୍ଟମ ଓ ନବମ ଶ୍ରେଣୀରେ ସେମାନେ ପଢୁଥିବା ଜଣାପଡିଛି। ଗତକାଲି ଠାରୁ ଉଭୟ ସ୍ଥାନୀୟ ହାଟକୁ ଯାଇ ଫେରି ନ ଥିଲେ। ଏନେଇ ଉଭୟଙ୍କ ପରିବାର ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ଖବର ପାଇ ନ ଥିଲେ। ଆଜି ସକାଳୁ ସେମାନଙ୍କ ମୃତ ହେଦ କୁସୁମି ନିକଟ ରେଳ ଧାରଣାରେ ପଡିଥିବା ଦେଖିବାକୁ ମିଳିଥିଲା।

ତେବେ ଏହା ହତ୍ୟା କି ଆତ୍ମହତ୍ୟ ତାହା ଜଣାପଡୁନାହିଁ। ତେବେ ପ୍ରେମିକଙ୍କ ବେକ, ହାତ ଓ ଗୋଡରେ କଟା ଚିହ୍ନ ଥିବା ବେଳେ ପ୍ରେମିକାଙ୍କ ବେକ ଓଢ଼ଣୀରେ ବନ୍ଧା ହୋଇଥିବା ପୁଲିସ କହିଛି। ଘଟଣା ସ୍ଥଳରୁ ଶବକୁ ଉଦ୍ଧାର କରି ପୁଲିସ ନିକଟସ୍ଥ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇ ପଠାଇଯାଇଛି। କୋରାପୁଟ ଜିଆରପିରେ ଏନେଇ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଉଭୟଙ୍କ ମଧ୍ୟରେ ଦୀର୍ଘଦୀନ ହେବ ପ୍ରେମ ସମ୍ପର୍କ ରହିଥିଲା। ତେବେ ଏହି ସଂପର୍କକୁ ପରିବାର ଲୋକ ବିରୋଧ କରୁଥିଲେ। ଏପରିକି ଗତକାଲି ପ୍ରେମିକଙ୍କ ମା’ ଗତକାଲି ଗାଳି କରିଥିବା ସୂଚନା ମିଳିଛି। ଏହାପରେ ଦୁହିଁଙ୍କର ଶବ ଗୋଟିଏ ସ୍ଥାନରେ ଠବ୍‌ ହେବା ସନ୍ଦେହ ସୃଷ୍ଟି କରିଛି। ପୁଲିସ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର