ଲକ୍ଷ୍ମୀପୁର: ଗଂଜେଇ ଚୋରା ଚାଲଣ ମାମଲାରେ ଆଜି ଲକ୍ଷ୍ମୀପୁର ପୁଲିସ ଆଉ ଜଣେ ଏପିଆର୍ କନେଷ୍ଟବଳକୁ ଗିରଫ କରି କୋର୍ଟ ଚାଲଣ କରିଛି । ଗତ ୧୧ ତାରିଖ ଦିନ ଲମତାପୁଟ ଅଞ୍ଚଳରୁ ଏକ ଟ୍ରକରେ ଉତ୍ତର ପ୍ରଦେଶକୁ ୮୬୫ କେଜି(୧୩୦ ପ୍ୟାକେଟ) ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଲକ୍ଷ୍ମୀପୁର ପୁଲିସର ହାବୁଡରେ ଧରା ପଡିଥିଲା । ଏହି ମାମଲାରେ ପୁଲିସ ଟ୍ରକର ହେଲପର୍ ସହ ଏହି କାରବାରରେ ସଂପୃକ୍ତ ଥିବା ଏପିଆର୍ କନଷ୍ଟେବଳ ଭଗବାନ ଖିଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୁଲିସ ଗଂଜେଇ ଗାଡିକୁ ନେଇ ଥାନାରେ ଅଟକ ରଖିଥିବା ବେଳେ ଟ୍ରକ ମାଲିକ ତଥା ଡ୍ରାଇଭର କୌଶଳକ୍ରମେ ଫେରାର ହୋଇଯାଇଥିଲା । ଏହି ମାମଲାରେ ପୁଲିସ ଆଜି ଆଉ ଜଣେ ଏପିଆର୍ କନଷ୍ଟେବଳ ହରେକ୍ରିଷ୍ଣା ଚେଟି ଓରଫ କ୍ରିସ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଉଭୟ ଏପିଆର୍ କନଷ୍ଟେବଳ ଗଞ୍ଜେଇ ଚାଲାଣରେ ମୁଖ୍ୟ କାର୍ପଟଦାର ଥିଲେ ବୋଲି ଲକ୍ଷ୍ମୀପୁର ଏସଡିପିଓ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ଏହି ମାମଲାରେ ଲକ୍ଷ୍ମୀପୁର ଆଇଆଇସି ଜଗନ୍ନାଥ ଆଚାର୍ଯ୍ୟଙ୍କୁ ଡ୍ରାଇଭର ଫେରାର୍ ମାମଲାରେ ନିଳମ୍ବନ କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶ ଥାଉକି ଚୋର ଗଂଜେଇ ଚାଲାଣରେ ପୁଲିସ କର୍ମଚାରୀଙ୍କ ହାତ ରହୁଥିବା ନେଇ ବିଗତ ଦିନରୁ ଅଭିଯୋଗ ହେଉଥିବା ବେଳେ ଦୁଇ ଦୁଇଜଣ ପୁଲିସ କର୍ମଚାରୀ ଗିରଫ ହେବା ପରେ ଏହା ସ୍ପଷ୍ଟ ହୋଇଯାଇଛି । ଏହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ଫେରାର ହୋଇଯାଇଥିବା ଡ୍ରାଇଭର ପଛରେ କାହାର ଭୂମିକା ରହିଛି ଏବଂ କେଉଁ କର୍ମଚାରୀଙ୍କ ଅବହେଳା ରହିଛି ତାହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି । ଗିରଫ କନଷ୍ଟେବଳ ଜଣକ କୋରାପୁଟ ସଦର ଥାନା ଅନ୍ତର୍ଗତ ବଣ୍ଡାଗୁଡା ଗାଁର ବୋଲି ପୋଲିସ ପ୍ରକାଶ କରିଛି ।