ନାବାଳିକା ନିଖୋଜ ଅଭିଯୋଗ

ଜୟପୁର: ସ୍ଥାନୀୟ ଗୋପବଂଧୁ ନଗର ଅଞ୍ଚଳର ଜଣେ ନାବାଳିକା ଗତ ୧୨ଦିନ ହେଲା ନିଖୋଜ ଅଛନ୍ତି। ଏନେଇ ପରିବାର ପକ୍ଷରୁ ଅଭିଯୋଗ ହେବାପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭକରିଛି। ତେବେ ନାବାଳିକା ଜଣକ ନିଜେ କେଉଁଆଡେ ଚାଲି ଯାଇଛନ୍ତି ନା’ ତାଙ୍କୁ କେହି ଅପହରଣ କରିଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ସୂଚନା ଅନୁଯାୟୀ, ଚଳିତ ମାସ ୮ତାରିଖରେ ନାବାଳିକାଙ୍କ ସହ ସ୍ଥାନୀୟ ଜଣେ ଯୁବକଙ୍କ ପାଟିତୁଣ୍ଡ ହୋଇଥିଲେ। ଏହାପରେ ନାବାଳିକା ଜଣକ ଗୋପବଂଧୁ ନଗରରେ ଥିବା ମାମୁ ଘରକୁ ପଳାଇ ଆସିଥିଲା। ସେଠାରୁ ସେହି ଦିନ ବାପା ବୁଝାସୁଝା କରି ଘରକୁ ନେଇଥିବା ବେଳେ ହଠାତ ସେଠାରୁ ନିଖୋଜ ହୋଇଯାଇଥିଲେ। ପରେ ପରିବାରବର୍ଗ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ସୂଚନା ମିଳିପାରି ନ ଥିଲା। ଶେଷରେ ଥାନାରେ ନିଖୋଜ ନେଇ ଅଭିଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର