ଆଦିବାସୀ ଲୋକ କଳା ଏବଂ ସଂସ୍କୃତିର ମହୋତ୍ସବ ‘ପରବ-୨୦୧୮’ ଉଦ୍‌ଘାଟିତ

କୋରାପୁଟ/ଜୟପୁର: ଆଦିବାସୀ ଲୋକ କଳା ଏବଂ ସଂସ୍କୃତିକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଉଦ୍ଦେଶ୍ୟରେ କୋରାପୁଟରେ ଶୁକ୍ରବାର ‘ପରବ-୨୦୧୮’ ଉଦ୍‌ଘାଟିତ ହୋଇଯାଇଛି। ପାଞ୍ଚ ଦିବସୀୟ ଏହି ସମାରୋହକୁ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ମୁଖ୍ୟବକ୍ତା ଭାବେ ଉଦ୍‌ଘାଟନ କରିଛନ୍ତି। ସମାରୋହରେ ସାଂସଦ ତଥା ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ସାଂସଦ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅନୁଭବ ମହାନ୍ତି, ବିଧାୟକ ଝିନ ହିକକା ମଧ୍ୟ ଉପସ୍ଥିତ ଥିଲେ।

ସହର ଠାରୁ ୩ କିଲୋମିଟର ଦୂରରେ ଆୟୋଜିତ ପରବ-୨୦୧୮ରେ ପ୍ରାୟ ୫୦୦ ରୁ ୬୦୦ କଳାକାର ଅଂଶଗ୍ରହଣ କରୁଛନ୍ତି। ଏଥିରେ ଓଡ଼ିଆ କଳାକାରଙ୍କ ସମେତ ଜାତୀୟ ରାଜଧାନୀ ନୂଆଦିଲ୍ଲୀ, ରାଜସ୍ଥାନ, ପଞ୍ଜାବ, ଆନ୍ଧ୍ରପଦେଶ, ମହାରାଷ୍ଟ୍ର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକର କଳାକାରମାନେ ସାମିଲ ଅଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମ ନଭେମ୍ବର ୧୮ରେ ଶେଷ ହେବ। ମହୋତ୍ସବରେ ଦର୍ଶକଙ୍କୁ ସାମିଲ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟପୁର, ଦାମନଯୋଡ଼ି ଏବଂ ସୁନାବେଡା ଠାରୁ ମାଗଣାରେ ବସସେବା ବ୍ୟବସ୍ଥା କରାଯାଇଛି।

ପରବ-୨୦୧୮ ଅବସରରେ ୫ ଦିନ ପର୍ଯ୍ୟନ୍ତ ପଲ୍ଲିଶ୍ରୀ ମେଳା ଆରମ୍ଭ ହୋଇ ଯାଇଛି। ଏଥିରେ ୧୫୦ରୁ ୨୦୦ ଷ୍ଟଲର ବ୍ୟବସ୍ଥା କରାଯାଇଛି। ମେଳାରେ ଗ୍ରାମାଞ୍ଚଳର ଖାଦ୍ୟ ପଦାର୍ଥର ବିକ୍ରି ଏବଂ ପ୍ରଦର୍ଶନୀ କରାଯାଇଛି।

ସମ୍ବନ୍ଧିତ ଖବର