କୋରାପୁଟ: ଦୁଇ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଠାରୁ ୩ କିମି ଦୂର ଡୋଳିଆମ୍ବା ଜାତୀୟ ରାଜପଥ କାର୍ଯ୍ୟାଳୟ ସମ୍ମୁଖ ନିକଟରେ ଶୁକ୍ରବାର ପାହାନ୍ତିଆରେ ଦୁଇଟି ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତିା ସୂଚନା ମୁତାବକ ୨୦୭ ପିକ୍‌-ଅଫ ଭ୍ୟାନ୍‌ କୋଡିଙ୍ଗାମାଳି ଅଞ୍ଚଳରୁ ଲକ୍ଷ୍ମୀପୁର ଅଭିମୁଖେ ଆସୁଥିବା ବେଳେ ଲକ୍ଷ୍ମୀପୁର ଆଡୁ ଅପରେସନ୍‌ରେ ବାହାରିଥିବା ବିଏସ୍‌ଏଫ୍‌ ଯବାନମାନଙ୍କ ଏକ ୪୦୭ ଭ୍ୟାନ୍‌ ସହ ମୁହାଁମୁହିଁ ହୋଇଥିଲୋ ହଠାତ୍‌ ଉଭୟ ଗାଡି ମଧ୍ୟରେ ଧକ୍କା ହେବା ଫଳରେ ୨୦୭ ପିକ୍‌ଅଫ ଭ୍ୟାନର ଡ୍ରାଇଭର ମାନସ ଗରଡା କୋରାପୁଟ ଆହତ ହୋଇଥିଲେ ମଧ୍ୟ ଅନ୍ୟ ଯବାନ ମାନଙ୍କ କିଛି ହୋଇନଥିଲାା ଯବାନମାନେ ସଙ୍ଗେ ସଙ୍ଗେ ଲକ୍ଷ୍ମୀପୁର ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଚିକତ୍ସା ପାଇଁ ଭର୍ତ୍ତି କରିଥିଲୋ ମାନସ ଆହତ ହୋଇଥିବା କାରଣରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତରିତ କରାଯାଇଥିଲାା ଉଭୟ ଗାଡିର ସମ୍ମୁଖ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଯବାନ ମାନଙ୍କର କିଛି ହୋଇନଥିଲାା ଏନେଇ ଖବର ପାଇ ଲକ୍ଷ୍ମୀପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଗୁଡିକକୁ ଯବତ କରିବା ସହ ଏକ ଦୁର୍ଘଟଣା ମାମଲା ରୁଜୁ କରିଛିା

ସମ୍ବନ୍ଧିତ ଖବର