ଗଂଜାମ: ବାଇକ୍‌ ଆରୋହୀଙ୍କ ଉପରେ ବଜ୍ରାଘାତ, ୨ ମୃତ

ଭଂଜନଗର: ବାଇକ୍‌ ଆରୋହୀଙ୍କ ଉପରେ ରବିବାର ବଜ୍ର ଖସିଛି। ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଗଂଜାମ ଜିଲ୍ଲାର ଭଂଜନଗର ନିକଟ ଠେଙ୍ଗାଧର-ମନ୍ଦାର ରାସ୍ତାରେ ସନ୍ଧ୍ୟାରେ ୨ଟି ବାଇକ୍‌ରେ ୪ ଜଣ ଲୋକ ଯାଉଥିଲେ। ଏହି ସମୟରେ ଅଚାନକ ଝଡତୋଫାନ ସହିତ ବଜ୍ରାଘାତ ହୋଇଥିଲା। ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଭଂଜନଗର ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର