ଫୁଟବଲ ଖେଳବେଳେ ବଜ୍ରପାତ: ୨ମୃତ, ୧୦ ଆହତ

ରାଉରକେଲା: ପଡୋଶୀ ଝାଡଖଣ୍ଡକୁ ପରବାକୁ ଫୁଟବଲ ମ୍ୟାଚ ଖେଳିବା ଲାଗି ଯାଇଥିବା ବେଳେ ବଜ୍ରପାତ ଘଟି ୨ଜଣ ଖେଳାଳିଙ୍କ ସୋମବାର ମୃତ୍ୟୁ ଘଟିଛି। ଦୁଇ ମୃତକ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ହାତୀବାରୀ ଅଞ୍ଚଳର ଏକ ଫୁଟବଲ ଖେଳାଳି ଥିବା ଜଣାପଡ଼ିଛି। ତେବେ ଏହି ବଜ୍ରପାତରେ ଅନ୍ୟ ୧୦ଜଣ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ସୋମବାର ପରବାରେ ଫୁଟବଲ ମ୍ୟାଚ ଚାଲିଥିବା ବେଳେ ହଠାତ୍‌ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ୨ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଓ ଅନ୍ୟ ଖେଳାଳିମାନେ ୧୦ଜଣ ଆହତଙ୍କୁ ଉଦ୍ଧାର କରି ସଙ୍ଗେସଙ୍ଗେ ପ୍ରାଥମିକ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଡାକ୍ତର ଆହତଙ୍କ ଚିକିତ୍ସା ଆରମ୍ଭ କରି ଦେଇଛନ୍ତି। ଏଯାବତ୍‌ ମୃତାହତମାନଙ୍କ ପରିଚୟ ମିଳିପାରି ନାହିଁ। ତେବେ ସମସ୍ତେ ହାତୀବାରୀ ଅଞ୍ଚଳର ବୋଲି ପୁଲିସ ସୂତ୍ରରୁ ଖବର ମିଳିଛି।

ସମ୍ବନ୍ଧିତ ଖବର