୧୨୦ କିଲୋ ଗଂଜେଇ ଜବତ, ୨ଗିରଫ

କାଲିମେଳା: କାଲିମେଳା ପୁଲିସ ଆଜି ଗୋଟିଏ କାର ଯାଞ୍ଚ ବେଳେ ୧୨୦ କିଲୋ ଗଂଜେଇ ଜବତ କରିିଛି। ଏଥିସହ ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ୨ଜଣ ଯୁବକକୁ ଗିରଫ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି କାଲିମେଳା ଥାନା ଅନ୍ତର୍ଗତ ଏପିଭି-୬୬ ଗ୍ରାମ ନିକଟସ୍ଥ ୩୨୬ନଂ ଜାତୀୟ ରାଜପଥରେ ପୁଲିସ ପକ୍ଷରୁ ଗାଡ଼ି ଯାଞ୍ଚ କରାଯାଉଥିଲା। ସେହି ସମୟରେ ଏକ ଟାଟା ଇଣ୍ଡିଗୋ(ଏପି ୨୮ଏଡବ୍ଲୁ ୭୭୯୮)ରୁ ଗଂଜେଇ ଗନ୍ଧ ବାହାରିବାରୁ ପୁଲିସ ଗାଡ଼ିିକୁ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ କାରରେ ୪ଟି ବସ୍ତାରେ ମୋଟ ୧୨୦.୫୬୦ କିଲୋ ଗଂଜେଇ ରହିଥିବା ଜାଣିବାକୁ ପାଇଥିଲା। ଏହି ଗଂଜେଇ ଚାଲାଣରେ କାଲିମେଳା ଥାନା ଅନ୍ତର୍ଗତ ଏମପିଭି-୩୮ ଗ୍ରାମର ବିଧାନ ବିଶ୍ୱାସଙ୍କ ପୁଅ କିଶୋର ବିଶ୍ୱାସ ଓ ପୁଲିନ ମଣ୍ଡଳଙ୍କ ପୁଅ ବିନୟ ମଣ୍ଡଳକୁ ପୁଲିସ ଗିରଫ କରିିଛି। ସେମାନେ ଏହି ଗଂଜେଇକୁ କାଲିମେଳାରୁ ଆନ୍ଧ୍ରକୁ ଚାଲାଣ କରୁଥିଲେ ବୋଲି ପୁଲିସ ନିକଟରେ ସ୍ୱୀକାର କରିଛନ୍ତି। ସେମାନଙ୍କ ବିରୁଦ୍ଧରେ କାଲିମେଳା ପୁଲିସ କେସ ନଂ-୧୬/୧୮ରେ ମାମଲା ରୁଜୁ କରି ଗିରଫ କରାଯାଇଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏହି ଚଢ଼ାଉରେ ଏସଆଇ ଲକ୍ଷ୍ମୀନାରାୟଣ ମୁଦୁଲିଙ୍କ ସହ କାଲିମେଳା ପୁଲିସ କର୍ମଚାରୀମାନେ ସାମିଲ ଥିଲେ।

ସମ୍ବନ୍ଧିତ ଖବର