ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ରହିଥିବା ଛାତ୍ରାବାସ ଗୁଡିକରେ କିପରି ପିଲାଙ୍କୁ ବ୍ୟବହାର କରାଯାଉଛି ତାହା ନଦେଖିଲେ ସହଜରେ ବିଶ୍ୱାସ କରିହେବ ନାହିଁ। ପୂର୍ବରୁ ପିଲାଙ୍କୁ ଭାତ ସହ ଲୁଣ, ପୋକରା ଚାଉଳ ଭାତ ଦେଉଥିବା ଗଣମାଧ୍ୟମରେ ପ୍ରକାଶ ପାଇସାରିଛି। ପୁଣି ଭୋଜନରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଯେମିତି ପିଲାଙ୍କ ପାଇଁ ଡାଇନିଂ ରୁମ ରହିଥିଲେ ମଧ୍ୟ ତାଂକୁ ଖୋଲା ମେଲାରେ ଖାଇବାକୁ ଦିଆଯାଉଛି। ଏହି ଦୃଶ୍ୟ ହେଉଛି ମାଲକାନଗିରି ବ୍ଲକ ପାଣ୍ଡ୍ରିପାଣୀ ସ୍ଥିତ ଅନୁସୂଚିଚ ଜନଜାତି ଛାତ୍ରାବାସର। ଏହି ଛାତ୍ରାବାସରେ ପ୍ରାୟ ୨୫୦ଜଣ ପିଲା ରହି ପାଠ ପଢନ୍ତି। ତେବେ ଏତେ ସଂଖ୍ୟକ ପିଲାଙ୍କ ପାଇଁ ଜଣେ ମାତ୍ର ଶିକ୍ଷକ ରହିଛନ୍ତି। ପୁଣି ପିଲାମାନେ ଗାଧୋଇବା ପାଇଁ ନିକଟସ୍ଥ ପଖୋରୀକୁ ଯାଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପଖୋରୀ ନିକଟରେ ପହଞ୍ଚି ପିଲାଙ୍କୁ ଏଠାରେ କାହିଁକି ଗାଧୋଉଛ ବୋଲି ପ୍ରଶ୍ନ କରାଯିବାରୁ କିଛି ଉତ୍ତର ନଦେଇ ଦୌଡି ପଳାଇଥିଲେ। ହଷ୍ଟେଲ ଦାୟିତ୍ୱରେ ରହିଥିବା ଶିକ୍ଷକଙ୍କୁ ଏନେଇ ପ୍ରଶ୍ନ ପଚାରିବାରୁ ସେ ଜାଣିନଥିବା କହିଥିଲେ। ତେବେ କେବଳ ଏହି ଛାତ୍ରାବାସ ନୁହେଁ ବରଂ ଜିଲ୍ଲାର ଅଧିକାଂଶ ଛାତ୍ରାବାସରେ ପିଲାଙ୍କ ପାଇଁ ଗାଧୋଇବା ଘର ଏବଂ ପାଣିର ବ୍ୟବସ୍ଥା ରହିଥିଲେ ମଧ୍ୟ ପିଲାମାନେ ନିକଟସ୍ଥ ପଖୋରୀକୁ ଗାଧୋଇବାକୁ ଯାଉଛନ୍ତି। କୌଣସି ଦୁର୍ଘଟଣା ଘଟିବା ପୂର୍ବରୁ ଦାୟିତ୍ୱରେ ଥିବା ଶିକ୍ଷକମାନେ ସତର୍କ ନହୁଅନ୍ତି ତେବେ ଭବିଷ୍ୟତରେ କିଛି ବି ଘଟିପାରେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।