ମୟୂରଭଞ୍ଜ: ସଡ଼କ ଦୁର୍ଘଟନାରେ ଦୁଇ ବାଇକ୍‌ ଆରୋହୀ ମୃତ

ବାଙ୍ଗିରିପୋଷି: ରବିବାର ପ୍ରତ୍ୟୁଷରେ ୧୮ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ କଳାବାଡ଼ିଆ-ଝାରପୋଖରିଆ ସଡ଼କର ଜଗନ୍ନାଥଖୁଣ୍ଟା ହାଇସ୍କୁଲ୍‌ ନିକଟରେ ଗୋଟିଏ ମୋଟରସାଇକେଲ୍‌ ଦୁର୍ଘଟନାରେ ଦୁଇ ଜଣ ଯୁବକ ପ୍ରାଣ ହରାଇଛନ୍ତି।

ମୃତ ଯୁବକ ଦୁହେଁ ହେଉଛନ୍ତି ସାରସକଣାର ୨୭ ବର୍ଷିୟ ଦୀପକ ସେଠୀ ଏବଂ ତୁଳସୀବଣିର ୨୫ ବର୍ଷିୟ ଦୀପୁନ ସାହୁ।

ଉଭୟ ଏକ ନମ୍ବର ହୋଇ ନ ଥିବା ନୂଆ ମୋଟରସାଇକେଲ ଚଳାଇ ଯାଉଥିବା ବେଳେ ସେମାନଙ୍କୁ ସଡ଼କରେ କୌଣସି ଅଜଣା ଗାଡ଼ି ଧକ୍କା ଦେଇ ଚାଲି ଯାଇଥିବା ଅନୁମାନ କରାଯାଉଛି।

ଖବର ପାଇ ବାଙ୍ଗିରିପୋଷି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର