ସଙ୍ଗରୋଧ ଗୃହରେ ପ୍ରବାସୀ ଶ୍ରମିକଙ୍କ ବିଶୃଙ୍ଖଳା; ତିନିଜଣଙ୍କ ନାମରେ ମାମଲା ରୁଜୁ

ଘୁ.ଉଦୟଗିରି; ଘୁ.ଉଦୟଗିରି ସହରର ଶ୍ରୀରାମପଦା ଠାରେ ଥିବା ସଙ୍ଗରୋଧ ଗୃହରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ବିଶୃଙ୍ଖଳା ଯୋଗୁଁ ତିନିଜଣଙ୍କ ବିରୁଦ୍ଧରେ ସ୍ଥାନୀୟ ଥାନାରେ ମାମଲା ରୁଜୁ ହୋଇଛି।

ସଙ୍ଗରୋଧ କେନ୍ଦ୍ରରେ ଠିକ ସମୟରେ ଖାଇବାକୁ ନଦେବା,ପେଟପୁରା ଖାଦ୍ୟ ଖାଇବାକୁ ନ ଦେବା,ପାନୀୟ ଜଳ ନଦେବା ଆଦି ସମସ୍ୟା କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ବି ଦେଖିବାକୁ ମିଳିଥିଲା। ଏହି ଭାଇରାଲ ଭିଡିଓ ପ୍ରସଙ୍ଗରେ ଉକ୍ତ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଗ୍ରେସିଙ୍ଗିଆ ସରପଞ୍ଚ ସୁମନ୍ତ ପ୍ରଧାନଙ୍କ କହିଛନ୍ତି, ହାତ ଗଣତି କିଛି ସ୍ଥାନୀୟ ପ୍ରବାସୀ ଶ୍ରମିକ ସଙ୍ଗରୋଧ ଗୃହରେ ଅଯଥାରେ ବିଶୃଙ୍ଖଳା ସୃଷ୍ଟି କରି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଗତକାଲି ସେମାନେ ରହୁଥିବା ସଙ୍ଗରୋଧ ଗୃହରେ ଭଙ୍ଗାରୁଜା କରିଛନ୍ତି। ଲେଟିନ ବାଥରୁମର ଲାଗିଥିବା ଟପଗୁଡିକ ଭାଙ୍ଗି ଦେଇଛନ୍ତି।

ତେବେ ପ୍ରବାସୀ ଶ୍ରମିକଙ୍କ ଖାଇବା ପିଇବା ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଉଛି। କେତେବେଳେ କେମିତି ଖାଦ୍ୟ ଦେବାରେ ବିଳମ୍ବ ହେଇଯାଇଥିବା କଥାକୁ ନେଇ ଅଯଥାରେ ସେମାନେ ବିଶୃଙ୍ଖଳା କରୁଛନ୍ତି। ଗତକାଲି ଭଙ୍ଗାରୁଜା ପରେ ବିଶୃଙ୍ଖଳାକାରୀ ଯୁବକଙ୍କ ବିରୁଦ୍ଧରେ ସ୍ଥାନୀୟ ଥାନାରେ ଏଫଆଇଆର ଦିଆଯାଇଛି।

ସ୍ଥାନୀୟ ଥାନା ଅଧିକାରୀ ଧିରାଜ ଲେଙ୍କା ଏହି ଘଟଣାର ତଦନ୍ତ କରି ତିନି ପ୍ରବାସୀ ଶ୍ରମିକଙ୍କ ବିରୁଦ୍ଧରେ ସ୍ଥାନୀୟ ଥାନାରେ କେଶ ନଂ୩୯/୨୦ଧାରା୧୮୮,୨୬୯,୨୭୦,୨୭୧,୨୯୪,୪୨୭,୩୩୨,୩୪ -୩ଏପି ଡେମିକ ଡିଜାଏର ଧାରା ୫୨ ଡିଯାସ୍ତର ମେନେଜମେଣ୍ଟ ଧାରାରେ ମାମଲା ରୁଜୁ କରିଛନ୍ତି। ବିଶୃଙ୍ଖଳା କରୁଥିବା ତିନିଜଣ ପ୍ରବାସୀ ଶ୍ରମିକଙ୍କୁ ଅନ୍ୟ ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର