୫୧ଟି ନକ୍ସଲ ମାମଲାରେ ଜଡିତ ଥିବା ମାଓବାଦୀର ଆତ୍ମସମର୍ପଣ

ସମ୍ବଲପୁର: ସମ୍ବଲପୁର ପୁଲିସ ନିକଟରେ ଶୁକ୍ରବାର ଜଣେ ମାଓବାଦୀ ଆତ୍ମସମର୍ପଣ କରିଛି। ଏହି ମାଓବାଦୀ ନାମ କୁନୁ ଦେହୁରି ଓରଫ ଅଜୟ ଓରଫ ସୁଜିତ ଓରଫ ବିଜୟ ଓ ବୟସ ୩୫ବର୍ଷ ଓ ଘର ସମ୍ବଲପୁର ଜିଲ୍ଲା ଜୁଜୁମୁରା ପୁଲିସ ଷ୍ଟେସନସ୍ଥିତ ତାମପେର୍‌ସିଙ୍ଘା ଗ୍ରାମରେ ବୋଲି ଜଣାପଡ଼ିଛି। ତାଙ୍କ ପିତାଙ୍କ ନାମ ଗୋବର୍ଦ୍ଧନ ଦେହୁରି। ଏହି ମାଓବାଦୀଙ୍କ ମୁଣ୍ଡପିଛା ୮ଲକ୍ଷ ଟଙ୍କାର ଘୋଷଣା କରାଯାଇଥିଲା।

ସୂଚନାଯୋଗ୍ୟ, କୁନୁ ଦେହୁରି ୨୦୦୨ ମସିହାରେ ମାଓଇଷ୍ଟ କମ୍ୟୁନିଷ୍ଟ ସେଣ୍ଟର ଅଫ ଇଣ୍ଡିଆ (ଏମ୍‌ସିସି-୧)ରେ ଯୋଗ ଦେଇଥିଲେ। ସେ ଏସ୍‌-ଡି-ଏସ୍‌ ଡିଭିଜନ୍‌ର ମୁଖ୍ୟ ଥିଲେ। ଯିଏକି ସମ୍ବଲପୁର, ଦେଓଘର ଓ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ନକ୍ସଲି ମାମଲାକୁ ପରିଚାଳନା କରୁଥିଲେ। କୁନୁ ଦେହୁରିଙ୍କ ନାମରେ ୫୧ଟି ମାମଲା ରୁଜୁ ହୋଇଥିଲା। ଏହି ମାମଲା ମଧ୍ୟରୁ ୪୨ଟି ସମ୍ବଲପୁର ଜିଲ୍ଲାରେ, ୫ଟି ରାଉରକେଲାରେ ଓ ୪ଟି ଦେଓଘର ପୁଲିସ ଷ୍ଟେସନରେ ରୁଜୁ ହୋଇଛି।

ସମ୍ବନ୍ଧିତ ଖବର