ରେଳ ଷ୍ଟେସନରୁ ଉଦ୍ଧାର ମା’-ଝିଅଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର

ବାଲେଶ୍ୱର: ଗତ ୨୨ ତାରିଖରେ ବାଲେଶ୍ୱର ରେଳ ଷ୍ଟେସନରୁ ୩ ମାସର ଶିଶୁ ସହ ଉଦ୍ଧାର ହୋଇଥିବା ଜଣେ ଅସୁସ୍ଥ ମହିଳାଙ୍କୁ ଶନିବାର ତାଙ୍କର ପରିବାରକୁ ହସ୍ତାନ୍ତର କରାଯାଇଛି। ଘଟଣା ଦିନ ରେଳ ଷ୍ଟେସନରୁ ଉଭୟ ମା’-ଝିଅଙ୍କୁ ଉଦ୍ଧାର କରାଯାଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଥିଲା।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ନୂଆଡ଼ିହି ଅଞ୍ଚଳର ଗଣେଶ ଛତ୍ରିଆଙ୍କ ସ୍ତ୍ରୀ ଆରତୀ ଛତ୍ରିଆ ଓ ଝିଅ ବିନୋଦିନୀ ଛତ୍ରିଆ ସୁନ୍ଦରଗଡ଼ରୁ ବାଲେଶ୍ୱର ପଳାଇ ଆସିଥିଲେ। ଷ୍ଟେସନରେ ସୁଭଦ୍ରା ସ୍ୱାଇଁ ନାଁରେ ଜଣେ ମହିଳା ତାଙ୍କୁ ଅସୁସ୍ଥ ଅବସ୍ଥାରେ ଦେଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ।

ଦୁଇ ଦିନ ଚିକିତ୍ସିତ ହେବା ପରେ ବାଲେଶ୍ୱର ଓ ସୁନ୍ଦରଗଡ ଜିଲ୍ଲା ପୁଲିସଙ୍କ ସହଯୋଗରେ ଉକ୍ତ ମହିଳାଙ୍କ ପରିବାରକୁ ଅବଗତ କରାଯାଇଥିଲା। ତେବେ ଆଜି ସକାଳେ ଉକ୍ତ ମହିଳାଙ୍କ ସ୍ୱାମୀ ଓ ଭଣଜା ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଥିଲେ। ପରେ ସେମାନଙ୍କ ଆଧାର କାର୍ଡ଼ ଯାଞ୍ଚ କରି ମା’ ଓ ଶିଶୁକୁ ସାମାଜିକକର୍ମୀ, ସାମ୍ବାଦିକ ବନ୍ଧୁ ଏବଂ ମାନବାଧିକାର ପ୍ରୋଟେକ୍ସନର ଜିଲ୍ଲା ସଭାପତି ଚୈତାଳି ଲୋଧ, ବିକଳାଙ୍ଗ ବିଭାଗର ସଭାପତି ଶୁଭଙ୍କର ମହାନ୍ତିଙ୍କ ଉପସ୍ଥିତିରେ ହସ୍ତାନ୍ତର ପରିବାର ଲୋକଙ୍କୁ କରାଯାଇଛି।

ସମ୍ବନ୍ଧିତ ଖବର