କାଳବୈଶାଖୀରେ ଛପର ଉଡିଲା, ଫସଲ ନଷ୍ଟ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଆଜି ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବଲୀଳା କରିଛି। ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳଛି। ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗି କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଥିଲା। ଆଜି ସନ୍ଧ୍ୟାରେ ପ୍ରବଳ ବେଗରେ ପବନ ବୋହିବା ସହ ବଜ୍ରପାତ ହୋଇଥିଲା। ବର୍ଷା ସହ ଓ କୁଆ ପଥର ପଡିଥିଲା। ଯାହାଫଳରେ ପଲସାପଡା ଗ୍ରାମରେ ବିଦ୍ୟୁତ ତାର ଛିଣ୍ଡି ରାସ୍ତାରେ ପଡି ରହିଥିଲା। ତେଣୁ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ସେହିପରି ପବନ ଯୋଗୁଁ ବେହେରାମୁଣ୍ଡା ଗ୍ରାମର ଗୁଲ ମହମ୍ମଦ ଏବଂ ଏସଏମ ଅସଗରଙ୍କ ଘର ଛାତ ଉଡିଯାଇଥିବା ସୂଚନା ମିଳିଛି। ବ୍ଲକର ବିଭିନ୍ନ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ପରିବା ଚାଷ ମଧ୍ୟ ନଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର