କନ୍ଧମାଳ: ଟ୍ରକ ଧକ୍କାରେ ଲୁନା ଆରୋହୀଙ୍କ ମୃତ୍ୟୁ ପରେ ଉତ୍ତେଜନା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦର ଥାନା ଆଡିମୁଣ୍ଡ ଛକ ନିକଟରେ ଟ୍ରକ ଧକ୍କାରେ ସୋମବାର ଜଣେ ଲୁନା ଆରୋହୀଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ଘଟଣାସ୍ଥଳରେ ପହଂଚି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

ସୂଚନା ଅନୁସାରେ ସୁଡ୍ରୁକୁମ୍ପାର ରାଘବ ସାହୁ (୫୦) ନିଜ ଲୁନାରେ ଆଜି ରାତି ୮ଟାରେ ଫୁଲବାଣୀକୁ ଆସୁଥିଲେ। ଫୁଲବାଣୀ ଆଡୁ ଯାଉଥିବା ଏକ ଟ୍ରକ ଲୁନାକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଏଥିରେ ରାଘବଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଘଟଣାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ସଦର ଥାନା ଅଧିକାରୀ ରାଧାକାନ୍ତ ସାହୁ ସଦଳବଳେ ପହଂଚି ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ଟ୍ରକ ଚାଳକକୁ ପୁଲିସ ଗିରଫ କରିଛି।

ସମ୍ବନ୍ଧିତ ଖବର