ଭଞ୍ଜନଗର: ରଡ୍‌ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଓଲଟି ଜଣେ ମୃତ, ୨ ଗୁରୁତର

ଭଞ୍ଜନଗର: ଆଜି ଦିନ ପ୍ରାୟ ୧୨ଟା ବେଳେ ଭଞ୍ଜନଗରରୁ ଜଗନ୍ନାଥପ୍ରସାଦକୁ ଯାଉଥିବା ଏକ ଲୁହା ରଡ୍‌ ବୋଝେଇ ପିକ୍‌ ଅପ୍‌ ଭ୍ୟାନ ଭାରସାମ୍ୟ ହରାଇ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡିପୁର ନିକଟରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ପିକ୍‌ ଅପ୍‌ ଭ୍ୟାନରେ ଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ଭଞ୍ଜନଗର ଡାକ୍ତରଖାନା ଓ ପରେ ବ୍ରହ୍ମପୁର ଏମକେସିଜି  ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ମିଳଥିବା ସୂଚନା ଅନୁଯାୟୀ,  ଓଡି ୩୨ ବି ୩୮୫୨ ନମ୍ବର ବିଶିଷ୍ଟ ଏହି ପିକ୍‌ଅପ୍‌ ଭ୍ୟାନ୍‌ଟି  ୩ ଜଣ ଶ୍ରମିକଙ୍କ ସହିତ ଲୁହା ରଡ଼୍‍ ବୋଝେଇ କରି ଭଞ୍ଜନଗରରୁ ଜଗନ୍ନାଥପ୍ରସାଦକୁ ଯାଉଥିଲା। ମାତ୍ର ବିଡ଼ିପୁର ନିକଟରେ ଡ୍ରାଇଭର  ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ଓଲଟି ପଡ଼ିଥିଲା। ଫଳରେ  ଜଣେ ଶ୍ରମିକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବଳେ ଆଉ ଦୁଇଜଣ ଶ୍ରମିକ ଆହତ ହୋଇଥିଲେ। ମୃତାହତ ଶ୍ରମିକମାନଙ୍କ ପରିଚୟ ଜଣା ପଡ଼ି ନାହିଁ।

ସମ୍ବନ୍ଧିତ ଖବର