ଗଂଜାମ: ତପ୍ତପାଣି ଘାଟିରୁ ଖସିଲା ଯାତ୍ରୀବାହୀ ବସ୍‌, ଜଣେ ମୃତ, ୩୦ ଆହତ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ‘ତାରାତାରିଣୀ’ ନିକଟ ଏକ ଘାଟିରୁ ମଙ୍ଗଳବାର ଅପରାହ୍ଣରେ ଏକ ଯାତ୍ରୀବାହୀ ବସ୍‌ ଖସିପଡ଼ିବାରୁ ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ ବସ୍‌ଟି ରାୟଗଡ଼ାରୁ ବ୍ରହ୍ମପୁର ଆସୁଥିଲା। ବସ୍‌ ଚାଳକ ନିୟନ୍ତ୍ରଣ ହରାଇବାରୁ ଏହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଛି। ସ୍ଥାନୀୟ ଲୋକଙ୍କର ସହାୟତରେ ସମସ୍ତ ଆହତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅଧିକ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସୂଚନାଯୋଗ୍ୟ ତପ୍ତପାଣି ଘାଟିରେ ସଡ଼କ ଦୁର୍ଘଟଣା ନୂଆଁ କଥା ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଦୁର୍ଘଟଣା ଘଟିଥିବା ନଜର ରହିଛି। ଘାଟିର ମୁର୍ଗାବିହାର ନିକଟରେ ୨୦୧୮ ଜୁନ ୧୩ରେ ଏକ ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଥିଲେ। ସେହିଭଳି ୨୦୧୮ ଡିସେମ୍ବର ୩୦ରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିଲେ।

ସମ୍ବନ୍ଧିତ ଖବର