ନୟାଗଡ଼: ବେଆଇନ୍‌ ଭାବେ ଚାଲିଥିଲା ନର୍ସିଂହୋମ୍‌, ଗିରଫ ହେଲେ ମାଲିକ

ନୟାଗଡ଼: ବେଆଇନ୍‌ ଭାବେ ନର୍ସିଂହୋମ୍‌ ପରିଚାଳନା କରୁଥିବା ମାଲିକକୁ ପୁଲିସ ଶନିବାର ରାତି ଗିରଫ କରିଥିବା ଜଣାପଡ଼ିଛି। ନର୍ସିଂହୋମ୍‌ର କାଗଜପତ୍ରରେ ତ୍ରୁଟି ଥିବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସ୍ୱତନ୍ତ୍ର ଯୋଜନା କରି ପୁଲିସ ଚଢ଼ାଉ କରି ମାଲିକ ଶ୍ରୀଧର ପ୍ରଧାନଙ୍କୁ ଗିରଫ କରିଛି।

ଘରୋଇ ନର୍ସିଂହୋମ୍‌କୁ ପୁଲିସ ସିଲ କରିଦେଇଥିବା ଜଣାପଡ଼ିଛି। ପୂର୍ବରୁ ନର୍ସିଂହୋମ୍‌ରେ ବେଆଇନ୍‌ ଭାବେ ଗର୍ଭପାତ କରାଯାଉଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର