ପୁଲିସ ସୂଚନାକାରୀ ସନ୍ଦେହରେ ଜଣକୁ ଗଳା କାଟି ହତ୍ୟା କଲେ ମାଓବାଦୀ

ରାୟଗଡ଼ା: ପୁଲିସକୁ ସୂଚନାଦେବା ସନ୍ଦେହରେ ଶନିବାର ମାଓବାଦୀମାନେ ରାୟଗଡ଼ା ବ୍ଲକ କୁମ୍ଭୀକୋଟା ଫାଣ୍ଡି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ଲେହେରୀ ଗ୍ରାମର ନାକୁ ହିକକାଙ୍କୁ ମାଓବାଦୀମାନେ ଘରୁ ଡାକିନେଇ ହତ୍ୟା କରିଥିଲେ ମଧ୍ୟ ପୁଲିସ ପକ୍ଷରୁ ମୃତଦେହକୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ। କୁମ୍ଭୀକୋଟା ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ରାୟଗଡ଼ାରୁ ଯାତାୟତ ପାଇଁ ସୁବିଧା ନାହିଁ। ଏଠାକୁ ଯିବାକୁ ହେଲେ କେରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଦେଇ ଯିବାକୁ ପଡ଼ିଥାଏ।

ସମ୍ବନ୍ଧିତ ଖବର