ସମ୍ବଲପୁର: ଯୁଯୁମୁରାରେ କାର୍‌-ଅଟୋ ଧକ୍କା ୯ ଆହତ; ଜମନକିରାରେ ଟ୍ରକ୍‌-ଅଟୋ ଧକ୍କା ୫ ଆହତ

ସମ୍ବଲପୁର: ରବିବାର ପୂର୍ବାହ୍ନରେ ଯୁଯୁମୁରାର ଚାରିଛକ ଓ ଜମନକିରାର ଅର୍ଜୁନପାଲି ଛକରେ ପୃଥକ୍‌ ଅଟୋ ଦୁର୍ଘଟନା ଘଟି ଅନ୍ୟୂନ ୧୪ ଜଣ ଆହତ ହୋଇଛନ୍ତି।

ଯୁଯୁମୁରାରେ ଅଟୋ ଓ କାର୍‌ ମଧ୍ୟରେ ଧକ୍କା ହେବାରୁ ୯ ଜଣ ଆହତ ହୋଇଛନ୍ତି। କାର୍‌ ଧକ୍କା ଦେବା ପରେ ଝଙ୍କରାପାଲିରୁ ଖୁସରବାହାଲ ଯାଉଥିବା ଅଟୋଟି ଯାଇ ଏକ ଗଛରେ ପିଟି ହୋଇଥିଲା। ଏଥିରେ ୯ ଜଣ ଆହତ ହୋଇଛନ୍ତି ଓ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଜମନକିରାରେ ଅଟୋ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହେବାରୁ ଆଉ ୭ ଜଣ ଆହତ ହୋଇଛନ୍ତି।

ଟ୍ରକ୍‌ରେ ଲୁହାପଥର ବୋଝେଇ ହୋଇ ସମ୍ବଲପୁରରୁ କେନ୍ଦୁଝର ଆଡ଼କୁ ଯାଉଥିଲା। ଗରୁତର ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର