ସରଗରମ ହେଉଛି ନିର୍ବାଚନ ପ୍ରଚାର ଜମୁଛି ଭୋଜିଭାତ

ସୋନପୁର,: ସୁବର୍ଣ୍ଣପୁର ଜିଲ୍ଲାର ଉଭୟ ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ ସରଗରମ ହେଉଛି ରାଜନୈତିକ ପାଣି ପାଗ। ସୋନପୁର ନିର୍ବାଚନମଣ୍ଡଳୀ ୭ ଜଣ ପ୍ରାର୍ଥୀ ଓ ବୀରମହାରାଜପୁର ନିର୍ବାଚନମଣ୍ଡଳୀରେ ୯ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ତେବେ‌ ଏହି ଦୁଇଟି ଆସନରେ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବା ନେଇ ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ଏବେ ପ୍ରାର୍ଥୀମାନେ ବିଭିନ୍ନ ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ କରି ପ୍ରଚାର ଆରମ୍ଭ କରିଛନ୍ତି। ନିର୍ବାଚନ ଆଉ ୧୮ ଦିନ ରହିଛି ଏହି ସ୍ବଳ୍ପ ସମୟ ମଧ୍ୟରେ ଭୋଟରଙ୍କ ମନ କେମିତି ଜିଣିବେ ସେଥିପାଇଁ ପ୍ରାର୍ଥୀ, ନେତା ଓ କର୍ମୀମାନେ ପ୍ରାଣମୂର୍ଛା ଉଦ୍ୟମ ଆରମ୍ଭ କରିଛନ୍ତି। ନିର୍ବାଚନ ସରଗରମ ହେଉଥିବାରୁ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍କଣ୍ଠା ଦେଖା ଦେଇଛି। ବିଭିନ୍ନ ସ୍ଥାନରେ କେଏ କେଉଁଠାରୁ ଜିଣିବ ତାହାକୁ ନେଇ ଚର୍ଚ୍ଚ ମଧ୍ୟ ଜୋର ଧରିଛି। ତେବେ ନିର୍ବାଚନ ମଇଦାନରେ ସ୍ବାଧୀନ ପ୍ରାର୍ଥୀମାନେ ରହିଥିବାରୁ ଏମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ଆଲୋଚନା ହେଉଛି। ପ୍ରଚାରରେ ତିନି ପ୍ରମୁଖ ରାଜନ‌ୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ଆଗରେ ଅଛନ୍ତି। କେଉଁଠି ସାଧାରଣ ସଭା ତ କେଉଁଠି ସିଧାସଳଖ ଲୋକଙ୍କୁ ଭେଟୁଛନ୍ତି ନେତା। ପ୍ରଚାର ଯେଥିକି ବଢୁଛି ବିଭିନ୍ନ ସ୍ଥାନ‌ରେ ମଦ ମାଂସର ଆସର ମଧ୍ୟ ଜମିବାବାରେ ଲାଗିଛି। କିଛି ଦିନ ହେଲା ଦେଶୀ ବିଦେଶୀ ମଦ ବିକ୍ରି ମଧ୍ୟ ବଢିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର