ନାବାଳିକା ଯୌନ ନିର୍ଯାତନା ରୋକିବା ସକାଶେ ସଚେତନତା ଅଭିଯାନ ପାଇଁ ପ୍ରସ୍ତୁତ

ସୋନପୁର: ନାବାଳିକା ଯୌନ ନିର୍ଯାତନା ରୋକିବା ପାଇଁ ରାଜ୍ୟସ୍ତରରେ ସଚେତନତା କାର୍ଯ୍ୟକ୍ରମ ପାଇଁ ହାତକୁ ନିଆଯାଇଛି। ଏହି କାର୍ଯ୍ୟକ୍ରମ ୨୮ ତାରିଖରୁ ଜୁନ୍‌ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥି ପାଇଁ ଏକ ରଥ ସଚେତନତାର ବାର୍ତା ନେଇ ଭ୍ରମଣ କରିବ। ଏହାକୁ ସଫଳ କରିବାକୁ ବୁଧବାର ଏସ୍‌ପି ପ୍ରଫୁଲ୍ଲ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ପ୍ରତ୍ୟେକ ଆଇଆଇସି ଏବଂ ଥାନା ଅଧିକାରୀମାନେ ନିଜ ନିଜ ଅଂଚଳରେ କିପରି ସଫଳ କରିବେ ସେଥିପାଇଁ ଏସପି ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଅତିରିକ୍ତ ଏସ୍‌ପି ପୀତନାଥ ମାଝୀ, ସୋନପୁର ଏସ୍‌ଡିପିଓ ଭବାନୀଶଙ୍କର ଉଦଗାତା, ବୀରମହାରାଜପୁର ଏସ୍‌ଡିପିଓ ଧିରଜ ଚୋପଦାର, ଡିଏସ୍‌ପି ଅନନ୍ତ ବର୍ଦ୍ଧନ ଗୁରୁ, ସୋନପୁର ଆଇଆଇସି ଶ୍ରୀକାନ୍ତ ତ୍ରିପାଠୀ, ଡୁଙ୍ଗୁରିପାଲି ଆଇଆଇସି ଅମରେନ୍ଦ୍ର ଷାଣ୍ଢ, ସୁବଳୟା ଆଇଆଇସି ହେମନ୍ତ ରାଓ, ବିନିକା ଆଇଆଇସି କଲ୍ୟାଣୀ ବେହେରା, ଉଲୁଣ୍ଡା ଆଇଆଇସି ରୀନା ବେହେରା, ତରଭା ଆଇଆଇସି ସୁରୁବାବୁ ଛତ୍ରିଆ, ରାମପୁର ଥାନା ଅଧିକାରୀ କାହ୍ନଚରଣ ରାଉଳ ଓ ଅନ୍ୟାନ୍ୟ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର