କୃଷକ ନେତାଙ୍କୁ ଘରୁ ଉଠାଇ ନେଲା ପୁଲିସ

ତରଭା: ନବନିର୍ମାଣ କୃଷକ ସଂଗଠନ ତରଫରୁ ନଭେମ୍ବର ୫ ତାରିଖ ଭୁବନେଶ୍ବରରେ ହେବାକୁ ଥିବା ବିରାଟ ସମା‌େବଶକୁ ଭଣ୍ଡୁର କରିବା ପାଇଁ ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି। ଶୁକ୍ରବାର ପୂର୍ବାହ୍ନ ୧୦ଟା ୪୫ରେ ନବନିର୍ମାଣ କୃଷକ ସଂଗଠନ ସୋନପୁର ଜିଲ୍ଲା ସଂଯୋଜକ ରା‌େଜନ୍ଦ୍ର ପ୍ରସାଦ ମିଶ୍ର (୬୮)ଙ୍କୁ ତାଙ୍କ ଖାରୀସ୍ଥିତ ବାସଭବନରୁ ତରଭା ପୁଲିସ ଉଠାଇ ଆଣିଛି। ଏଥି ସହ ସଂଗଠନର ସଭ୍ୟ ରାମକୃଷ୍ଣ ମଲ୍ଲିକ (୬୮)ଙ୍କୁ ତାଙ୍କର ସାଲେପାଲିସ୍ଥିତ ବାସଭବନରୁ ଓ ଅନ୍ୟ ଜଣେ ସଭ୍ୟ ହାଡ଼ୁ ଦାଶ (୭୧)ଙ୍କୁ ତାଙ୍କର ତରେଇକେଲାସ୍ଥିତ ବାସଭବନରୁ ଆଣି ପୁଲିସ ଥାନାରେ ଅଟକ ରଖିଛି।
ତରଭା ଥାନାରେ ଅଟକ ଥିବା ଜିଲ୍ଲା ସଂଯୋଜକ ଶ୍ରୀ ମିଶ୍ର କହିଛନ୍ତି ଯେ, ଓଡ଼ିଶା ସରକାର ଚାଷୀମାନଙ୍କ କଣ୍ଠରୋଧ କରିବା ପାଇଁ ଯୋଜନାବଦ୍ଧ ପ୍ରୟାସ ଚଳାଇଛନ୍ତି। ନବନିର୍ମାଣ କୃଷକ ସଂଗଠନ ଯେତେବେଳେ ଚାଷୀଙ୍କ ପାଇଁ ପ୍ରାଇସ୍‌, ‌େପ୍ରଷ୍ଟିଜ୍‌ ଓ ପେନସନ୍‌ ପାଇଁ ଦାବି କରୁଛି ସେତେବେଳେ ସରକାର ତାକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କରୁଛନ୍ତି। ଚାଷୀ ଆତ୍ମହତ୍ୟା କଲେ ସରକାର ତାକୁ ସ୍ବୀକାର କରିବାକୁ ନାରାଜ। ଚାଷୀ ଯେତେବେଳେ ତାର ହକ୍‌ ପାଇଁ ସ୍ବର ଉ‌େତ୍ତାଳନ କରୁଛି ତାକୁ ଚାପି ଦେବା ପାଇଁ ସରକାର ଅଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରୁଛନ୍ତି ଯାହାକୁ ଆ‌ମେ ନିନ୍ଦା କରୁଛୁ। ନବନିର୍ମାଣ କୃଷକ ସଂଗଠନର ୩ ଜଣ ନେତାଙ୍କୁ କାହିଁକି ଅଟକ ରଖାଯାଇଛି ବୋଲି ଆଇଆଇସି ସୁରୁବାବୁ ଛତ୍ରିଆଙ୍କୁ ପଚାରିବାରୁ ଆସନ୍ତା ୫ ତାରିଖ କୃଷକମାନେ ଭୁବନେଶ୍ବରରେ ସମାବେଶ କରିବାକୁ ଯାଉଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଉପରିସ୍ଥ ଅଧିକାରୀଙ୍କ ନି‌େର୍ଦ୍ଦଶରେ ଅଟକ ରଖିଛୁ। ଆଜି ସଂଧ୍ୟାରେ ବ୍ୟକ୍ତିଗତ ମୁଚାଲିକାରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଛି। ୫ ତାରିଖ ଖାରୀରୁ ସିଆଲଝୁରି ପର୍ଯ୍ୟନ୍ତ ଚାଷୀମାନେ ପଦଯାତ୍ରା କରିବାକୁ ଆବେଦନ କରିଥିଲେ ଯାହାକୁ ସ୍ବୀକୃତି ପ୍ରଦାନ କରାଯାଇଛି ବୋଲି କହିଥିଲେ।

ସମ୍ବନ୍ଧିତ ଖବର