ଭିନ୍ନକ୍ଷମ ଯୁବତୀକୁ ଦୁର୍ଷ୍କମ ମାମଲା:ଦୁଇ ଅଭିଯୁକ୍ତ ଗିରଫ

ବଣାଇଁଗଡ଼: ବଣାଇଁଗଡ଼ କଟାଖଣ୍ଡି ଅଞ୍ଚଳରେ ଜଣେ ୩୦ବର୍ଷର ଭିନ୍ନକ୍ଷମ ଯୁବତୀକୁ ପ୍ରଲୋଭନ ଦେଖାଇ ଦୁର୍ଷ୍କମ କରିବା ଘଟଣାରେ ଆଜି ବଣାଇଁ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଦୁଇ ଅଭିଯୁକ୍ତ ହେଲେ ପୂର୍ଣ୍ଣ କିଷାନ(୩୦) ଏବଂ ବନମାଳି ନାଏକ (୫୫)। ସେମାନେ ବହୁ ସମୟରେ ଭିନ୍ନକ୍ଷମ ଯୁବତୀକୁ ପ୍ରଲୋଭନ ଦେଖାଇ ତା ସହିତ ଦୁର୍ଷ୍କମ କରିବାରୁ ସେ ଏବେ ୫ମାସର ଅନ୍ତସ୍ୱତ୍ତା ହେବାପରେ ଏ ବିଷୟରେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ବଣାଇଁ ଥାନା ଅଧିକାରୀ ମାମଲାର ତଦନ୍ତ କରି ଆଜି ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରିବା ପରେ ସେମାନଙ୍କୁ ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର