ଅଦ୍ଭୁତ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମଗ୍ରହଣ କରିଥିବା ଏକ ଗୋଡ଼ିକିଆ ଶିଶୁର ମୃତ୍ୟୁ ହୋଇଛି। ଆଜି ପୂର୍ବାହ୍ନ ପ୍ରାୟ ୧୦ଟାରେ ଶିଶୁର ମୃତ୍ୟୁ ହୋଇଛି। ଶିଶୁର ଜୀବନ ବଞ୍ଚାଇବାକୁ ବିଗତ ୪୮ ଘଣ୍ଟାଧରି ଡାକ୍ତରମାନେ ଅକ୍ଲାନ୍ତ ପ୍ରଚେଷ୍ଟା କରିଥିଲେ। ଜନ୍ମ ନେବା ପର ଠାରୁ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାକୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଆଜି ପୂର୍ବାହ୍ନରେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କ ମୃତ୍ୟୁ ହୋଇଥିଲା। ସୂଚନାଯୋଗ୍ୟ, ଗତ ୧୩ ତାରିଖ ସଂଧ୍ୟାରେ ବଡ଼ଗାଁ ବ୍ଲକ ବଡ଼ଖମନ ଗ୍ରାମର ମନୋରଞ୍ଜନ ଖିଲାରୀଙ୍କ ପତ୍ନୀ ମିନତି ଖିଲାରୀଙ୍କ ଔରସରୁ ଶିଶୁଟି ଜନ୍ମ ନେଇଥିଲା।

ସମ୍ବନ୍ଧିତ ଖବର