ମଧ୍ୟପ୍ରଦେଶରୁ ୨ନିଶ୍ଚେତକ ବିଶେଷଜ୍ଞ ପହଞ୍ଚିଲେ: ପୁଣି ଜୋର୍‌ଦାର୍‌ ହେବ ଅପରେସନ୍‌ ସୁନ୍ଦରୀ

ଅନୁଗୁଳ: ବାଘୁଣୀ ସୁନ୍ଦରୀକୁ ଧରିବା ଲାଗି ବହୁ ଉଦ୍ୟମ କରି ମଧ୍ୟ ସଫଳ ହୋଇ ପାରୁନାହିଁ ବନ ବିଭାଗ ଓ ରାଜ୍ୟର ପ୍ରାଣୀ ବିଶେଷଜ୍ଞଙ୍କ ସ୍ୱତନ୍ତ୍ର ଟିମ୍‌ । ବହୁ ପ୍ରଚେଷ୍ଟା ସତ୍ତ୍ୱେ ବାଘୁଣୀକୁ ନିଶ୍ଚେତକ ପ୍ରୟୋଗ କରିପାରୁ ନାହାନ୍ତି। ଫଳରେ ସାତକୋଶିଆରେ ଅପରେସନ୍‌ ଜୋରଦାର୍‌ କରିବା ଲାଗି ରାଜ୍ୟ ବାହାରୁ ଦୁଇଜଣ ନିଶ୍ଚେତ୍‌କ ବିଶେଷଜ୍ଞଙ୍କୁ ଅଣାଯାଇଛି। କାହ୍ନା ନ୍ୟାସନାଲ ପାର୍କର ଅଖିଳେଶ ମିଶ୍ର ଏବଂ ପେଞ୍ଚ ନ୍ୟାସନାଲ ପାର୍କର ସନ୍ଦୀପ ଅଗ୍ରଓ୍ଵାଲ ସୋମବାର ଅନୁଗୁଳରେ ଆସି ପହଞ୍ଚିଛନ୍ତି। ଆଜି ସନ୍ଧ୍ୟାରେ କିମ୍ବା ଆସନ୍ତାକାଲି ଏହି ଦୁଇ ନିଶ୍ଚେତକ ବିଶେଷଜ୍ଞ ସୁନ୍ଦରୀକୁ ଧରିବା ନେଇ ଚାଲିଥିବା ଅପରେସନ୍‌ରେ ସାମିଲ୍‌ ହେବେ।

ଆଜି ଏନେଇ ଅନୁଗୁଳରେ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବିଶେଷଜ୍ଞ ଦୁହେଁ ଆଲୋଚନ କରିଛନ୍ତି। କିପରି ଭାବେ ସୁନ୍ଦରୀକୁ ଠାବ କରି ତାକୁ ନିଶ୍ଚେତକ ପ୍ରୟୋଗ ହେବ ସେ ନେଇ ଯୋଜନା ପ୍ରସ୍ତୁତି ଚାଲିଛି। ସୁନ୍ଦରୀ ଧରା ନ ପଡ଼ିବାରୁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିତରେ ଭୟ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ସୁନ୍ଦରୀକୁ ଧରାଯିବାପରେ ନନ୍ଦନକାନନରେ ଆଣି ରଖାଯିବ ବୋଲି ଜଙ୍ଗଲ ମନ୍ତ୍ରୀ ବିଜୟ ଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର