ସମ୍ବଲପୁର: ରିଲାଏନ୍ସ ରିଟେଲର ବୃହତ ଆକାରର ଗ୍ରୋସରି ସୁପରମାର୍କେଟ ବ୍ରାଣ୍ଡ୍ ରିଲାଏନ୍ସ ରିଟେଲ୍ ପକ୍ଷରୁ ସମ୍ବଲପୁରର ବଢ଼ାରଜା ମେନ୍ ରୋଡରେ ବାଲାଜୀ ଡେଭେଲପରରେ ପ୍ରଥମ ଷ୍ଟୋର ଖୋଲାଯାଇଛି । ଗୋଟିଏ ଛାତ ତଳେ ଗ୍ରୋସରି, ଫଳ ଓ ପନିପରିବା, ଦୁଗ୍ଧ ଠାରୁ ଆରମ୍ଭ କରି କିଚେନ ଓୟାର ଏବଂ ହୋମଓୟାର ଇତ୍ୟାଦି ପର୍ଯ୍ୟନ୍ତ ବ୍ୟାପକ ପ୍ରକାରର ଉତ୍ପାଦକୁ ପ୍ରଦାନ କରି ଏହି ଷ୍ଟୋର ୱାନ-ଷ୍ଟପ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି ।
Sambad is now on WhatsApp
Join and get latest news updates delivered to you via WhatsApp
ରିଲାଏନ୍ସ ସ୍ମାର୍ଟ ବର୍ଷ ତମାମ ଏହାର ବ୍ୟାପକ ବର୍ଗର ଉତ୍ପାଦର ଏମ୍ଆରପି ଉପରେ ସର୍ବନିମ୍ନ ୫ ପ୍ରତିଶତ ନିଶ୍ଚିତ ରିହାତି ଓ ୧୪୯୯ ଟଙ୍କାର ସର୍ବନିମ୍ନ କିଣାକିଣି ଉପରେ ୯ ଟଙ୍କାରେ ୧ କେଜି ଚିନି ପ୍ରଦାନ କରିବା ଭଳି ଅନେକ ଆକର୍ଷଣୀୟ ଅଫର ସହ ମାସିକିଆ ଗ୍ରୋସରି ସପିଙ୍ଗ ପାଇଁ ସାରା ଭାରତର ପସନ୍ଦର ସୁପରମାର୍କେଟ ଭାବେ ଉଭା ହୋଇଛି । ପୁନଶ୍ଚ, ନିତିଦିନିଆ ଖାଦ୍ୟ ସାମଗ୍ରୀ ଏବଂ ଫଳ ଓ ପନିପରିବା ଇତ୍ୟାଦି ଏହା ପ୍ରତିଦିନ ସୁଲଭ ମୂଲ୍ୟରେ ପ୍ରଦାନ କରୁଛି ।
ସମ୍ବଲପୁରରେ ଷ୍ଟୋର୍ ଖୋଲିବା ସହ ରିଲାଏନ୍ସ ସ୍ମାର୍ଟର ଓଡ଼ିଶାରେ ଷ୍ଟୋର ସଂଖ୍ୟା ୯ରେ ପହଞ୍ଚିଛି। ରିଲାଏନ୍ସ ସ୍ମାର୍ଟ ସମ୍ବଲପୁର ଷ୍ଟୋର୍କୁ ୧୯,୬୮୪ ବର୍ଗଫୁଟରେ ସ୍ଥାପିତ ହୋଇଥିବା ବେଳେ ଏଠାରେ ଭଲ ଭାବେ ସୂଚନା ପ୍ରଦାନ କରିପାରୁଥିବା ଗ୍ରାହକ ସହଯୋଗୀ, ଚଳମାନ ଡିଜାଇନ ଓ ଲେଆଉଟ୍, ଆକର୍ଷଣୀୟ ମୂଲ୍ୟରେ ଗୁଣାତ୍ମକ ଉତ୍ପାଦ ରହିଛି ଯାହା ଗ୍ରାହକମାନଙ୍କ ହୃଦୟ ଜୟ କରିବ ଏବଂ ସେମାନଙ୍କ ନିତିଦିନିଆ ଜୀବନର ଏକ ଅଂଶ ହେବ।
ବର୍ଷ ବର୍ଷ ଧରି ରିଲାଏନ୍ସ ସ୍ମାର୍ଟ, ନିଜର ଗ୍ରାହକଙ୍କର ନିତିଦିନିଆ ଆବଶ୍ୟକତା ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଅବସରରେ ଆବଶ୍ୟକ ପଡୁଥିବା ଉତ୍ପାଦକୁ ଆକର୍ଷଣୀୟ ମୂଲ୍ୟରେ ଯୋଗାଇ ଆସୁଛି। ଗ୍ରାହକଙ୍କ ଉପରେ ଅଧିକରୁ ଅଧିକ ଧ୍ୟାନ ଦେବା ସହିତ ରିଲାଏନ୍ସ ସ୍ମାର୍ଟ ବୃହତ ଫର୍ମାଟରେ ବ୍ୟାପକ ବର୍ଗର ଉତ୍ପାଦ ଓ ଗ୍ରାହକଙ୍କ ଘର ନିକଟରେ ପହଞ୍ଚି ଗ୍ରାହକମାନଙ୍କୁ ସର୍ବଶ୍ରେଷ୍ଠ ସପିଙ୍ଗ ଅନୁଭୂତି ପ୍ରଦାନ କରୁଛି । ବର୍ତମାନ ୨୦୦ରୁ ଅଧିକ ରିଲାଏନ୍ସ ସ୍ମାର୍ଟ ଷ୍ଟୋର ଦେଶର ୧୨୫ ସହରରେ ରହିଛି ।